ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧାଙ୍କୁ ପ୍ରଶଂସା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଶନିବାର ଦେଶରେ ୭୪ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆ ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟ ବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହୋଇଯାଇଛି। ଓଡ଼ିଶାର ବୀରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ବୀର ଯବାନମାନଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଠି ସହ କରୋନା ମୁକାବିଲା ପାଇଁ ସାହସର ସହ କାମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ଼ ହସ୍ପିଟାଲ ଖୋଲାଯିବ ସହ କେହି ମଧ୍ୟ ଟଙ୍କା ଅଭାବରୁ କରୋନା ଚିିକିତ୍ସାରୁ ବଂଚିତ ହେବେ ନାହିଁ ବୋଲି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ କରୋନା ଯୋଦ୍ଧାଙ୍କ ସେବାର ତୁଳନା କରିହେବ ନାହିଁ। କରୋନା ଯୋଦ୍ଧାଙ୍କ ଯୋଗୁ ଦେଶର ମୃତ୍ୟୁ ହାର ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ହାର ବହୁ କମ ମାତ୍ରାରେ ରହିଛି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ଖୋଲା ଯାଇଛି । କେବଳ ଆମ ଦେଶ ଭାରତ ନୁହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି ମହାମାରୀ କରୋନା। ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ ହୋଇଛି। ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇ ସାରିଛନ୍ତି । ଭ୍ୟାକ୍ସିନ ଆସିବା ପରେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ ବୋଲି କହିଛନ୍ତି । ଏହିଭଳି ଘଡି ସନ୍ଧି ସମୟରେ କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାର୍ଜ୍ୟ କରିବାକୁ ନିବେଦନ କରିଛନ୍ତି । ମୋର ବିଶ୍ୱାସ କରୋନା ସଙ୍କଟରୁ ଆମେ ଖୁବ ଶୀଘ୍ର ମୁକ୍ତ ପାଇବା, ପୁଣି ସ୍କୁଲରେ ଘଂଟା ବାଜିବା ସହ ସମସ୍ତ କାର୍ଜ୍ୟ ନିୟମିତ ହେବ । କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର ସବୁପ୍ରକାର କାର୍ଯ୍ୟ କରୁଛନ୍ତି। ଏହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି।ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶରେ ୧ ନମ୍ବର ହୋଇପାରିଛି । ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ୨.୮% ଥିବାବେଳେ ଆମ ରାଜ୍ୟରେ ୭.୬୧% ରହିଥିଲା । ଅହିଅବସରେ ମୁଖ୍ୟମନ୍ତ୍ରୀ କରୋନାରେ ସହିଦ ହୋଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ କହିଛନ୍ତି ଯେ ମୋର ବିଶ୍ୱାସ କରୋନା ଶୀଘ୍ର ଦୂର ହେବ ଓ ଆମେ ପୁଣି ଥରେ ପୂର୍ବାବସ୍ଥାକୁ ଆସିବା ବୋଲି କହିଛନ୍ତି ।


