୨ ନିୟୁତ ଅତିକ୍ରମ କରିବ ଆରୋଗ୍ୟ ସଂଖ୍ୟା
ନୂଆଦିଲ୍ଲୀ : ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଗତ ୨୪ଘଣ୍ଟା ମଧ୍ୟରେ ୫୭,୫୮୪ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା ପଞ୍ଜୀକୃତ ହୋଇଛି । ଏହି ୭୨% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି । ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି । କୋଭିଡ-୧୯ ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଏବଂ ଘରୋଇ ଏକାନ୍ତବାସରୁ ମୁକ୍ତ ହେବା ସାମାନ୍ୟ ଏବଂ ମଧ୍ୟମ କ୍ଷେତ୍ରରେ ଦ୍ଵାରା ଭାରତର ଆରୋଗ୍ୟ ସଂଖ୍ୟା ପ୍ରାୟ ୨ନିୟୁତରେ ପହଞ୍ଚିଛି ୧୯,୧୯,୮୪୨ । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ୧୨,୪୨,୯୪୨ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ୬,୭୬,୯୦୦ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ମାତ୍ର ୨୫.୫୭ପ୍ରତିଶତ । ଶୀଘ୍ର ଚିହ୍ନଟିକରଣ ଓ ଉତ୍ତମ ଚିକିତ୍ସା ଯୋଗୁଁ ମୃତ୍ୟୁ ହାର ଆହୁରି ହ୍ରାସ ପାଇ ଆଜି ୧.୯୨%ରେ ପହଞ୍ଚିଛି ।


