ନୂତନ ଚାହିଦା ପୂରଣ ପାଇଁ ଆଂଶିକ ଋଣ ଗ୍ୟାରେଣ୍ଟି
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ପିସିଜିଏସ୍ ୨.୦ ଗତ ମେ ୨୦ରେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ଏନ୍ବିଏଫ୍ସି/ ଏଚ୍ଏଫ୍ସି ଓ ଏମ୍ଏଫ୍ଆଇ ଆଦି ଦ୍ୱାରା ଜାରି କରାଯାଉଥିବା ଏଏ ରେଟିଂ ବା ତା’ଠାରୁ ନିମ୍ନସ୍ତରର ବଣ୍ଡ୍ ବା କମର୍ସିଆଲ ପେପର କ୍ରୟ ଉପରେ ସରକାରଙ୍କ ଦ୍ୱାରା ପ୍ରତିଭୂତି ଗ୍ୟାରେଣ୍ଟି ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମରେ ୪୫ହଜାର କୋଟି ଟଙ୍କାର ବଣ୍ଡ୍ ଓ ସିପି ଦ୍ୱିତୀୟ ପର୍ଯ୍ୟାୟରେ କିଣିବାର ଲକ୍ଷ୍ୟ ରଖାଯାଇଥିଲା । ଏଥିସହିତ ସରକାର ମଧ୍ୟ ସ୍ୱତନ୍ତ୍ରଭାବେ ସ୍ପେଶାଲ ଲିକ୍ୟୁଡିଟି ସ୍କିମ୍ ଘୋଷଣା କରି କମର୍ସିଆଲ ପେପର, ଏନ୍ସିଡି ଆଦି କ୍ରୟ କରିବାର ସୁବିଧା ଦେଇଥିଲେ । ଏନ୍ବିଏଫ୍ସି/ଏଚ୍ଏଫ୍ସିଗୁଡିକ ଦ୍ୱାରା ଜାରି ହେଉଥିବା ଏହି ରେସିଡୁଆଲ ମ୍ୟାଚ୍ୟୁରିଟିର ସମୟ ମିଆଦ ୩ମାସ ରହିଥିବାବେଳେ ଏହାକୁ ଆଉ ୩ମାସ ବଢାଇବାର ବ୍ୟବସ୍ଥା ଥିଲା । ଏହି ଯୋଜନାରେ ୩୦ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସିପି ଓ ଏନ୍ସିଡି କ୍ରୟ କରିବାର ବ୍ୟବସ୍ଥା ହୋଇଥିଲା । ପିସିଜିଏସ୍ ୨.୦ ଅଧୀନରେ ପିଏସ୍ବି ଏଏ/ଏଏ- ରେଟେଡ ବଣ୍ଡ୍ ଓ ସିପି କିଣିବାକୁ ଅନୁମତି ପ୍ରଦାନ କରାଯାଇଛି । ୨୮ଟି ସଂସ୍ଥା ଦ୍ୱାରା ଜାରି ହୋଇଥିବା ଏହି ସିପି ଓ ବଣ୍ଡ୍ ଏହା ମାଧ୍ୟମରେ କିଣାଯାଇପାରିବ । ସେହିଭଳି ୬୨ଟି ସଂସ୍ଥାଠାରୁ ଏଏର ତଳ ବର୍ଗର ୨୧,୨୬୨ କୋଟିର ସିପି ଓ ବଣ୍ଡ କ୍ରୟର ଅନୁମତି ମିଳିଛି । ଏହି ଯୋଜନାର ପ୍ରଗତିକୁ ବିଚାରକୁ ନେଇ ସରକାର ବଣ୍ଡ୍ ଓ ସିପି କ୍ରୟର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁସବୁ ସୁବିଧା ଦେଇଛନ୍ତି ତାହାହେଲା, ପୋର୍ଟଫୋଲିଓ ବିଲ୍ଡଅପ୍ କରିବା ପାଇଁ ଅତିରିକ୍ତ ୩ମାସ ପ୍ରଦାନ କରାଯାଇଛି । ୬ମାସ ଶେଷରେ ଅର୍ଥାତ୍ ୨୦୨୦ନଭେମ୍ବର ୧୯ସୁଦ୍ଧା ପୋର୍ଟଫୋଲିଓଗୁଡିକ ପ୍ରକୃତ ବିତ୍ତପରୀତ ହୋଇଥିବା ପରିମାଣ ସହିତ ଖାପଖାଇପାରୁଥିବ ତେବେ ଯାଇ ଏହା ଉପରେ ସରକାରୀ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ । ଦ୍ୱିତୀୟରେ ପୋର୍ଟଫୋଲିଓ ସ୍ତରରେ ବଣ୍ଡ ଓ ସିପି କ୍ରୟ ଏ ଏବଂ ଏଏ-ଇନ୍ଭେଷ୍ଟମେଣ୍ଟ ସବ୍ପୋର୍ଟଫୋଲିଓ ଯୋଜନାରେ ନିବେଶ ୫୦ଶତାଂଶରୁ ଅଧିକ ହେବନାହିଁ । ଆଗରୁ ଏହା ୨୫ଶତାଂଶ ଧାର୍ଯ୍ୟ ଥିଲା । ଆଶା କରାଯାଉଛି ଯେ ପିସିଜିଏସ୍ ୨.୦ପର୍ଯ୍ୟାୟରେ ବଣ୍ଡ୍ ଓ ସିପି କ୍ରୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଯେଉଁସବୁ ସୁବିଧା ଦିଆଯାଇଛି ତାହାଦ୍ୱାରା ସେମାନେ ଉପକୃତ ହେବେ ।


