ବ୍ରାହ୍ମଣ ସୁରକ୍ଷା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ବେଲଗୁଣ୍ଠI , (ଶିବରାମ ଚୌଧୁରୀ): କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନଙ୍କର ଉତ୍ସର୍ଗୀ ସେବା ପାଇଁ ବ୍ରାହ୍ମଣ ସୁରକ୍ଷା ପରିଷଦ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଓ ବ୍ରାହ୍ମଣ ସୁରକ୍ଷା ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ବୁଗୁଡା ବ୍ଲକ୍ ଅନ୍ତର୍ଗତ ଅନ୍ତରପଡ଼ା ଗ୍ରାମ ସ୍ଥିତ ମାଆ ଶାଙ୍କୁଳାଇ ପୀଠରେ ପରିଷଦର ବରିଷ୍ଠ ସଦସ୍ୟ ମନୋଜ କୁମାର ଆଚାର୍ଯ୍ୟଙ୍କ ପୌରୋହୀତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଅନେକ ଜନ ପ୍ରତିନିଧି ଏବଂ ଗଣ ମାଧ୍ୟମ ପ୍ରତିନିଧି ଅକ୍ଷୟ କୁମାର ଶତପଥୀଙ୍କୁ ଦେବଦୂତ ସମ୍ମାନରେ ସମ୍ମାନୀତ କରାଯାଇଥିଲା ଓ ଏହା ସହ ଅଞ୍ଚଳର ବିଭିନ୍ନ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚିତ କରି ଦେବଦୂତ ସମ୍ମାନରେ ସମ୍ମାନୀତ କରାଯାଇଥିଲା ଓ ସମସ୍ତ ସମ୍ମାନୀତ କରୋନା ଯୋଦ୍ଧାଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ କାର୍ଯ୍ୟକ୍ରମରେ ଶେଷରେ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସମ୍ବର୍ଦ୍ଧିତ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ କୁମାର ଶତପଥୀଙ୍କୁ ବେଲଗୁଣ୍ଠଓ ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୂମ୍ନ ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଅଭିନନ୍ଦନ ଜଣାଇଛନ୍ତି |


