କୁନିକୁନି ପିଲାଙ୍କ ଅଭିନବ ପ୍ରୟାସ

ପୋଲସରା : କୁନି କୁନି ପିଲାଙ୍କ ପ୍ରଥମ ପସନ୍ଦ ହେଉଛି ବଜାରରେ ବିକ୍ରି ହେଉଥିବା କୁର୍ କୁରି । ହେଲ ଏହି କୁର୍ କୁରି ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କେତେ ଯେ କ୍ଷତି କାରକ ତାହା ଆପଣ ନିଜେ ନିଜର ଆଖିରେ ନ ଦେଖିଲେ କଦାପି ବିଶ୍ୱାସ କରିପାରିବେ ନାହିଁ । ଏଭଳି ଏକ ଘଟଣାର ସତ୍ୟ ସତ୍ୟ ଦେଖିବା କୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳର ଥିବା ମାଧପୃଷ୍ଟି ସାହିରେ । ମାଧପୃଷ୍ଟି ସାହିର ବସନ୍ତ ସାହୁ ନିଜ ପୁଅ ଝିଅଙ୍କ ପାଇଁ ବଜାରରୁ କିଛି କୁର୍ କୁରି ପ୍ୟାକେଟ୍ କିଣି ଆଣିଥିଲେ । ପିଲାମାନେ କୁର୍ କୁରି ଖାଇବା କୁ ଚେଷ୍ଟା କରୁଥିବା ବେଳେ ତାହା ମଧ୍ୟରେ ଜରି ଏବଂ ପ୍ଲାଷ୍ଟିକର ମିଶ୍ରଣ ଅଂଶ ଏତେ ମାତ୍ରରେ ଅଧିକ ଥିଲା ଯେ କୁର୍ କୁରି ଖାଇବା ପିଲାଙ୍କ ଠାରେ ସମ୍ଭବ ହୋଇ ନଥିଲା । ଫଳରେ ସେହି କୁର୍ କୁରି ଗୁଡ଼ିକୁ ନିଆଁ ମୁହଁରେ ରଖି ଯାଇଥିବା ବେଳେ ତାହା ନିଆଁର ପ୍ରକୋପରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ଏପରିକି ପ୍ଲାଷ୍ଟିକ ତରଳିଲା ପରି କୁର୍ କୁରି ଗୁଡାକ ସଂପୂର୍ଣ୍ଣ ତରଳି ଯାଇ କଳା କାଠ ପଡି ଯାଇଥିଲା । ଯାହାକି କିଛି ଅସାଧୁ ବ୍ୟାବସାୟିକ ସଂସ୍ଥା ନିଜର ସ୍ବାର୍ଥ ପାଇଁ ପ୍ରଚୁର ଅର୍ଥ ରୋଜଗାର କରିବା ଆଶା ରଖି ଏଭଳି ଶିଶୁ ମାନଙ୍କ ଖାଦ୍ୟରେ ଜରି ପ୍ଲାଷ୍ଟିକ ଭଳି ବିଷ ଦ୍ରବ୍ୟକୁ ବଜାରକୁ ଛାଡୁଛନ୍ତି । ଯାହାକି ଛୋଟ ଛୋଟ ପିଲା ମାନେ ଏଭଳି ଅପମିଶ୍ରିତ ବିଷାକ୍ତ ଖାଦ୍ୟ ଖାଇ ରୋଗର ଶିକାର ହେଉଥିବା ବେଳେ ପରବର୍ତ୍ତୀ ସମୟରେ ମାରତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଇଛି । ଏଭଳି ସ୍ଥିତିକୁ ନିଜେ ଫୁଡ଼୍ ଇନିକ୍ସପେକ୍ଟର ଚଢ଼ାଉ କରି ଏପରି ନକଲି ବ୍ରାଣ୍ଡ ର କୁର୍ କୁରି କମ୍ପାନୀ ମାଲିକ ମାନଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ