ଏସଡିଜିଏମ୍ କୋର୍ଟରେ ପୃଥକ ପୃଥକ ଘଟଣାରେ ଅଭିଯୁକ୍ତଙ୍କ କାରାଦଣ୍ଡ

ରାଇରଙ୍ଗପୁର,(ୱାଇଏନଏସ): ରାଇରଙ୍ଗପୁର‌ ଏସଡିଜିଏମ୍ କୋର୍ଟରେ ପୃଥକ ପୃଥକ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଜେଲଦଣ୍ଡ ସହ ଜୋରିମାନା ଶୁଣାଣି ହୋଇଛି । ତିରିଂ ଥାନା ଅନ୍ତର୍ଗତ ବାରୁଡିହି ଗ୍ରାମରେ ମାରପିଟ ମାମଲାରେ ପିଡିତ ସିନି ଵାରି ୨୪/୦୯/୨୦୨୩ରେ ଥାନାରେ ଲିଖିତ ଅଭିଯୋଗ କ୍ରମେ ଥାନାରେ କେଶ ମାମଲା ୧୩୦/୨୩ ରୁଜୁ ହୋଇଥିଲା । ସେହି ଘଟଣାକୁ ନେଇ ମାନନୀୟ ଏସଡିଜିଏମ଼‌ଙ୍କ କୋର୍ଟରେ ଶୁଣାଣି କରି ୫ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟର ଶୁଣାଣି କରି ଅଭିଯୁକ୍ତ ଯେମା ପୂର୍ତ୍ତିଙ୍କୁ ଏସଡିଜିଏମ୍ ମନିନ୍ଦ୍ର ଭୂଷଣ ସାହୁ ୧ ମାସ ଜେଲ ଦଣ୍ଡ ସହ ୫୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୧ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି । ସେହିଭଳି ଅନ୍ୟ ଏକ ମାମଲାରେ ଧାର ଟଙ୍କା ନ ଫେରାଇବା ମାମଲାରେ ଅଭିଯୁକ୍ତକୁ ଜେଲଦଣ୍ଡ ସହ ଜୋରିମାନା ରାୟ ଶୁଣାଇଛନ୍ତି, ଗୋପାଳ କୃଷ୍ଣ ମଣ୍ଡଳ କୌଣସି କାରଣରୁ ଅଞ୍ଜନ ଗିରିଙ୍କଠାରୁ ୧, ୫୦,୦୦୦ ଟଙ୍କା ଧାର‌ ଦେଇଥିଲେ । ଅଞ୍ଜନ ଗିରି କିନ୍ତୁ ଟଙ୍କା ଫେରାଇବ କହି ଦିନ ଗଡ଼ାଇ ଚାଲୁଥିଲେ । ଏହାକୁ ନେଇ ପଡିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏଵଂ‌ ଥାନାରେ ଏକ ମାମଲା ୧୮/୨୦୨୪ ରୁଜୁ ହୋଇଥିଲେ ।ଏସଡିଜିଏମ୍ ମନିନ୍ଦ୍ରଭୂଷଣ ସାହୁ ଶୁଣାଣି କରି ଅଭିଯୁକ୍ତ ଅଞ୍ଜନ ଗିରିଙ୍କୁ ୨ ଲକ୍ଷ ଟଙ୍କା ସହ ୬ ମାସ ଜେଲ ଦଣ୍ଡ ଏବଂ ଅନାଦେୟ ଅତିରିକ୍ତ ୩ ମାସ ଜେଲଦଣ୍ଡ ଘୋଷଣା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ