ମା’ର ଚିତା ନଲିଭୁଣୁ ପୁଅ ର ମୃତ୍ୟୁ

ଛତ୍ରପୁର,(ଦେବଦତ୍ତ ମହାରଣା): ଏମିତି ବି ମୃତ୍ୟୁ ଆସେ, ମା’ ର ଚିତା ନ ଲିଭୁଣୁ ପୁଅ ମଧ୍ୟ ଶବ ପାଲଟିଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ଆର୍ଯ୍ୟପଲ୍ଲୀ ଗ୍ରାମରେ । ଅସୁସ୍ଥ ମା’ର ମୃତ୍ୟୁର ୧୫ ଘଣ୍ଟା ପରେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ସ୍ୱର୍ଗତ ଦେବରାଜ ନାୟକଙ୍କ ପତ୍ନୀ ଶଶୀ ନାୟକ(୬୫) କିଛି ଦିନ ହେଲା ଅସୁସ୍ଥ ଥିଲେ। ବୁଧବାର ରାତି ୮ଟାବେଳେ ଶଶୀଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ ପ୍ରାଣ ହରାଇବାର କିଛି ଘଣ୍ଟା ପରେ ପୁଅ ଅଭିମନ୍ୟୁ ମଧ୍ୟ ହଠାତ୍‍ ଅସୁସ୍ଥ ହୋଇପଡିଥିଲେ। ଏପରିକି ମା’ଙ୍କ ଶେଷକୃତ୍ୟ ହୋଇନଥିବାବେଳେ ଚିକିିତ୍ସା ପାଇଁ ପୁଅ ଅଭିମନ୍ୟୁ ନାୟକ (୩୫)ଙ୍କୁ ଚିକିତ୍ସା ପାଇଁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅଭିମନ୍ୟୁଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରଥମେ ମା’ଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ପୁଅ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବାରୁ ସେମାନଙ୍କ ସମ୍ପର୍କୀୟ ସମ୍ପର୍କୀୟ ପ୍ରଥମେ ଶଶୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଗୁରୁବାର ପୂର୍ବାହ୍ନ୧୧ଟା ରେ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ପୁଣି ଅପରାହ୍ନରେ ପୁଅର ଅନ୍ତିମ ସଂସ୍କାର କରିଥିଲେ ବୋଲି ତାଙ୍କର ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି । ୧୫ଘଣ୍ଟା ମଧ୍ୟରେ ମା’ ଓ ପୁଅଙ୍କ ମୃତ୍ୟୁ ହେବା ପରେ ଗ୍ରାମରେ ଏକପ୍ରକାର ଶେକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଅଭିମନ୍ୟୁ ଙ୍କ ୩ବର୍ଷର ଶିଶୁ କନ୍ୟା ଅଛନ୍ତି କ୍ଷ ସୂଚନାଯୋଗ୍ୟ, କିଛିଦିନ ହେବ ମା’ ଶଶୀ ମଧୁମେହ ରୋଗ ସହ ଅନ୍ୟ ରୋଗରେ ପୀଡିତ ଥିଲେ । ପୁଅ ଜ୍ୱର ଓ କଫ ରେ ପୀଡିତ ରହିବା ସହ ଔଷଧ ଖାଉଥିଲେ। ତେବେ ୧୫ଘଣ୍ଟା ମଧ୍ୟରେ ମା’ ଓ ପୁଅ ଙ୍କ ମୃତ୍ୟୁ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ସେହିପରି ଆର୍ଯ୍ୟପଲ୍ଲୀ ପଂଚାୟତ ରେ ଗତ କିଛି ଦିନ ହେଲା କେତକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଗ୍ରାମବାସୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ