ଗୋବରୀ ନଦୀ ବନ୍ଧରୁ ଖସିଲା ଅତଡା ଆତଙ୍କିତ ଅବସ୍ଥାରେ ଗାଁ ଲୋକ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଚାଂୟତସ୍ଥିତ ଚାନ୍ଦପୁରା ଗ୍ରାମ (ଗୋବରୀକୂଳ)ରେ ପାଖାପାଖି ୨୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମ ନିକଟ ଦେଇ ଗୋବରୀ ନଦୀ ପ୍ରବାହିତ ହେଉଛି । ଏହି ନଦୀ ବନ୍ଧ ରାସ୍ତା ଉପରେ ଗ୍ରାମବାସୀମାନେ ଯାତାୟତ କରିଥାନ୍ତି । ଲଘୁଚାପ ଜନୀତ ଲଗାଣ ବର୍ଷ ହେତୁ ଏହି ରାସ୍ତାର ଅତଡା ଖସି ପଡିବାରୁ ରାସ୍ତା ବିପଦପୂର୍ଣ୍ଡ ଅବସ୍ଥା ରହିଛି । ଯାହାଫଳରେ ରାସ୍ତାରେ ଯାତାୟତ ସମ୍ଭବ ହୋଇପାରୁନାହିଁ । ସୂଚନା ମୁତାବକ ଏହି ପଡା ଗ୍ରାମ ନିକଟ ନଦୀ ବନ୍ଧ ଉପରେ ପଂଚାୟତ ସମିତି ପକ୍ଷରୁ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଗ୍ରାମବାସୀମାନେ ଯାତାୟତ କରୁଥିଲେ । କିନ୍ତୁ ଲଗଣା ବର୍ଷା ହେତୁ ନଦୀରେ ଜଳ ପ୍ରବାହିତ ହେବାରୁ ନଦୀ ବନ୍ଧରୁ ଅତଡା ଖସି ପଡିଛି । ଯାହାକି ୧୦ ଫୁଟର ଚଉଡା ରାସ୍ତା ଏବେ ୧ ଫୁଟର ରାସ୍ତା ଥିବା ଜଣାଯାଇଛି । ଯଦି ଏହି ନଦୀବନ୍ଧକୁ ତୁରନ୍ତ ମରାମତି କରାନଯାଏ, ରାସ୍ତାଟି ସମୂର୍ଣ୍ଣ ଭୁସୁଡି ପଡିବାର ସମ୍ଭାବନା ରହିଛି । ଫଳରେ ଉକ୍ତ ଗ୍ରାମର ଗ୍ରାମବାସୀମାନେ ଯାତାୟତରେ ଅସୁବିଧାର ଭୋଗିବା ସହିତ ଗ୍ରାମ ଗୁଡିକ ଜଳମଗ୍ନ ହୋଇ ଧନ ଜୀବନ ହାନି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଯାହାକୁ ନେଇ ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି । ତେଣୁ ଏହି ନଦୀ ବନ୍ଧକୁ ମରାମତି କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ପଂଚାୟତ ସରପଂଚ ସନ୍ତୋଷ ଦାସ, ପୂର୍ବତନ ସରପଂଚ ସଚ୍ଚିତାନନ୍ଦ ପରିଡା, କମ୍ରେଡ ସୁବାସ ସ୍ୱାଇଁ, ସମାଜସେବୀ ମହାଦେବ ସେଠୀ, ଯୁବନେତା ଅଜୟ ଦାସ ପ୍ରମୁଖ ଦାବି କରିଛନ୍ତି ।ଏ ସଂର୍ପକରେ ଡ୍ରେନେଜ ବିଭାଗ ଏସଡିଓ ରାମ ପ୍ରସାଦ ରାଓଙ୍କୁ ପଚାରିବାରୁ ନଦୀ ବନ୍ଧରୁ ଅତଡା ଖସିବା ସୂଚନା ମିଳିଛି କିନ୍ତୁ ନଦୀ ବନ୍ଧ ଆମ ବିଭାଗ ଅଧିନରେ ଯାଉନାହିଁ, ବ୍ଲକ ଅଧିନ ଯାଉଥିବାରୁ ବିଡିଓଙ୍କୁ ଏବିଷୟରେ ସୂଚନା ଦିଆଯାଇଛି ବୋଲି କହିଥିଲେ । ଏ ସଂର୍ପକରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ