ବ୍ରାଣ୍ଡ ଆମ୍ବାସାଡର ଭାବେ ବଜରଙ୍ଗ ପୁନିଆଙ୍କ ସହ ଚୁକ୍ତି
ଭୁବନେଶ୍ୱର : ମୋବିଲ ଇଣ୍ଡିଆ ପକ୍ଷରୁ ବାଣିଜ୍ୟିକ ଯାନ ଲୁବ୍ରିକାଂଟ ପାଇଁ କୁସ୍ତି ଚମ୍ପିୟାନ ବଜରଙ୍ଗ ପୁନିଆଙ୍କୁ ନୂତନ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଛି । ଏହି ସହଭାଗୀତା ମୋବିଲ ର ଉଚ୍ଚ ପ୍ରଦର୍ଶନ ପାଇଁ ପ୍ରତିଶୃତିବଦ୍ଧତା ଦର୍ଶାଉଛି । ମାତ୍ର ୮ ବର୍ଷରେ କୁସ୍ତି ଖେଳର ଆରମ୍ଭ କରିଥିବା ବଜରଙ୍ଗ ପୁନିଆ ଭାରତ ଚମ୍ପିୟାନ ହେବା ସହ ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ଭାବରେ ପରିଗଣିତ ହେଉଛନ୍ତି । ୨୦୧୮ ମସିହାରେ କମନୱେଲ୍ଥ ଏବଂ ଏସିଆନ ଗେମ୍ସ ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ବିଶ୍ୱ କୁସ୍ତି ପ୍ରତିଯୋଗୀତାରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ସହଭାଗୀତା ଉପରେ ବଜରଙ୍ଗ ପୁନିଆ କହିଛନ୍ତି, “ମୋବିଲ ର ବାଣିଜ୍ୟିକ ଯାନ ଲୁବ୍ରିକାଂଟ ପାଇଁ ପ୍ରଥମ ବ୍ରାଣ୍ଡ ଆମ୍ବାସାଡର ହେବା ମୋ ପାଇଁ ଗର୍ବର ବିଷୟ ।” ଏହି ସହଭାଗୀତା ଅନୁସାରେ ପୁନିଆ ଆଗାମୀ ଦିନରେ ମୋବିଲର ପ୍ରଚାର ପ୍ରସାର ଓ ମାର୍କେଟିଂ କାର୍ଯ୍ୟକ୍ରମରେ ଦେଖାଯିବେ । ଏହା ଉପରେ ମନ୍ତବ୍ୟ ଦେଇ ଏକ୍ସନମୋବିଲ ଲୁବ୍ରିକାଂଟସ ର ମାର୍କେଟିଂ ଡେଭେଲପମେଂଟ ଇଣ୍ଡିଆ ନିର୍ଦ୍ଦେଶକ, ରୁପିନ୍ଦର ପୈଟଂଲ କହିଛନ୍ତି, “ପୁନିଆଙ୍କ ଉଚ୍ଚ ପ୍ରଦର୍ଶନ ପାଇଁ ଅଦମ୍ୟ ଇଛା ମୋବିଲ ବ୍ରାଣ୍ଡର ଚିନ୍ତାଧାରା ସହ ଖାପ ଖାଉଛି । ବାଣିଜ୍ୟିକ ଯାନ ମାଲିକ ମାନଙ୍କ ମଧ୍ୟରେ କୁସ୍ତି ଏକ ଲୋକପ୍ରିୟ ଖେଳ ହୋଇଥିବାରୁ, ସେମାନଙ୍କ ମଧ୍ୟରେ ଆମର ବ୍ରାଣ୍ଡର ଉପସ୍ଥିତି ଜାହିର କରିବାକୁ ଆମେ ଲକ୍ଷ ରଖିଛୁ ।” ଏକ୍ସନମୋବିଲ ଭାରତ ସମ୍ବନ୍ଧରେ ଏକ୍ସନମୋବିଲ ର ମୁଖ୍ୟ ବ୍ୟବସାୟ ମୋବିଲ ବ୍ରାଣ୍ଡରେ କିଣାବିକା ଓ ବିତରଣ ଆଦି କାର୍ଯ୍ୟରେ ସଂଶ୍ଳିଷ୍ଟ । ଏହାର କେମିକାଲ ବ୍ୟବସାୟ ବଜାର ଉନ୍ନତି ସହାୟତା, ବିଶ୍ଳେଷଣ ଓ ରିପୋର୍ଟ ଯୋଗାଇ ଦେଇଥାଏ । ଉତ୍ପାଦନ ଗୁଡିକର କାର୍ଯ୍ୟକ୍ଷମ ସହାୟତା ଏବଂ ଉତ୍ପାଦ ପରିକ୍ଷଣ ସହୟତା ଏହାର ବେଙ୍ଗାଲୁରୁ ଠାରେ ପ୍ରଯୁକ୍ତି କେନ୍ଦ୍ରଠାରେ ଉପଲବ୍ଧ । ଏହାର ଅନ୍ୟାନ୍ୟ ବ୍ୟବସାୟ ମଧ୍ୟରେ ସହଯୋଗୀ ମାନଙ୍କ ପାଇଁ ପରାମର୍ଶ ଏବଂ ଏଲଏନଜି ବଜାର ଉନ୍ନତି ସହାୟତା ପ୍ରଦାନ ପାଇଁ ଉଦ୍ଧିଷ୍ଟ । ବ୍ୟବସାୟ ସହାୟତା କେନ୍ଦ୍ର ଓ ପ୍ରଯୁକ୍ତି ସହାୟତା କେନ୍ଦ୍ର ବିଶ୍ୱବ୍ୟାପି ଏକ୍ସନମୋବିଲ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ ମଙ୍ଗଳ ପାଇଁ ଏକ୍ସନମୋବିଲ ପକ୍ଷରୁ ଉଦ୍ୟମ ଜାରି ରହିଛି ।