ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ୭ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆ ଦିଲ୍ଲୀ:ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀସ୍ଥିତ ଆର୍ମୀ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଠାରେ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ୩୧.୮.୨୦୨୦ ଠାରୁ ୦୬.୦୯.୨୦୨୦ ପର‌୍ୟ୍ୟନ୍ତ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସମୟରେ ସାରା ଭାରତରେ ନିୟମିତ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ଅଟ୍ଟାଳିକାଗୁଡ଼ିକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହିତ କୌଣସି ସରକାରୀ ମନୋରଞ୍ଜନ କାର‌୍ୟ୍ୟକ୍ରମ ଆୟୋଜନ କରାଯିବ ନାହିଁ।
ରାଷ୍ଟ୍ରୀୟ ଶୋକ ପାଳନର ତାରିଖ, ସମୟ ଏବଂ ସ୍ଥାନ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ