ବନ୍ୟାରେ ଯଦୁପୁର ଗ୍ରାମବାସୀ ହନ୍ତସନ୍ତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):  ବିଭିନ୍ନ ରାଜ୍ୟରେ ବର୍ତମାନ ବନ୍ୟାର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି ବର୍ଷା କମିଯାଇଛି ସତ କିନ୍ତୁ ବନ୍ୟାର ପ୍ରଭାବରେ ଲୋକମାନେବ ହନ୍ତସନ୍ତ ହୋଇଗଲେଣି | ଖାଇବାକୁ ନପାଇ ଲୋକମାନେ ଭୋକ ଉପାସରେ ଦିନ କାଟୁଛନ୍ତି | ସେପଟେ ପ୍ରଶାସନ ସେମାନଙ୍କ ପାଇଁ କୌଣସି ବ୍ୟବସ୍ତା କରୁନାହିଁ ବୋଲି ଲୋକମାନେ ଅଭିଯୋଗ କରି ଚାଲିଛନ୍ତି | ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାସ୍ଥିତ ମହାକାଳପଡ଼ା ବ୍ଲକ ର ଯଦୁପୂର ଗ୍ରାମରେ , ପ୍ରଥମରୁ ହିଁ ଏହି ଗ୍ରାମରେ ଯାତାୟାତ ରେ ଲୋକମାନେ ହଇରାଣ ହେଉଥିବାବେଳେ ବର୍ତ୍ତମାନ ବନ୍ୟା ଯୋଗୁ ଲୋକମାଙ୍କର କଷ୍ଟ ର ସୀମା ଦିନକୁ ଦିନ ବଢ଼ିବାରେ ଲାଗିଛି, ଲୋକଙ୍କ ଘର ସାମ୍ନାରେ ଅଣ୍ଟାଏ ପାଣି ଥିବାରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ,ନଳକୂପ ପାଣିରେ ବୁଡି ରହିଥିବାରୁ ଲୋକମାନଙ୍କୁ ପିଇବା ପାଇଁ ପାଣି ମିଳୁନାହିଁ | କୌଣସି ରିଲିଫ ବ୍ୟବସ୍ଥା ସେଠାରେ ପହଞ୍ଚି ନଥିବାରୁ ସେଠାରେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି | ତୁରନ୍ତ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଇବା ସହ ସେମାନଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ କରାଯାଉ ବୋଲି ଯଦୁପୁର ଗ୍ରାମବାସୀ ମାନେ ମତ ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ