ଫେରାର ଦୁଷ୍କର୍ମ ଅଭିଯୁକ୍ତ ଗିରଫ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ): ସୋସୋ ପୁଲିସ ୩ବର୍ଷ ହେଲା ଫେରାର ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଖବରରୁ ଜଣାଯାଇଛି ଯେ କୁଶଟିକିରି ଗ୍ରାମର ରଶ୍ମୀରଞ୍ଜନ ଖଣ୍ଡେଇ ନାମକ ଜଣେ ଯୁବକ ୨୦୧୭ ମସିହାରେ ସେହି ଗ୍ରାମର ଜଣେ ଯୁବତୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତ ଜଣକ ସେହି ଦିନଠାରୁ ଫେରାର ହୋଇଯାଇଥିଲା । ଏକ ବିୋଷ ସୁତ୍ରରୁ ଖବର ପାଇ ସୋସୋ ଥାନା ଅଧିକାରୀ ଗଗନ ନାୟକ ଗତକାଲି କୁଶଟିକିରି ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।