ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସମନ୍ୱୟ ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟନ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ମିଶନଶକ୍ତି ଓ ଓଡିଶା ଜିବିକା ମିସନକୁ ଆର୍ଥିକ ସହାୟତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ୨୦୧୭ ଏପ୍ରେଲ ପର ଠାରୁ ନୂତନ ଭାବେ ଗଠନ ହୋଇଥିବା ୨୫୯୫୪ ସ୍ୱୟଂସହାୟକ ଗୋଷ୍ଠୀକୁ ୧୫ହଜାର ସିଡ୍ ମନି ଦିଆଯାଇଛି । ଗୃପ ମାନଙ୍କୁ ୧.୫ଲକ୍ଷରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଅର୍ଥ ବ୍ୟାଙ୍କ ମାନେ ପ୍ରଦାନ କରିବା ପାଇଁ ଦରଖାସ୍ତ କରାଯାଇଛି । ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବ୍ୟାଙ୍କର ଋଣ ନେଇ କୃଷି, ଉଦ୍ୟାନ, ମାଛ ଓ କୁକୁଡା ପାଳନ କରି ସ୍ୱାବଲମ୍ବୀ ହେବା ପାଇ ଜିଲ୍ଲାପାଳ ପୂର୍ବରୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବ୍ୟାଙ୍କ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରୁନଥିବା ଆଲୋଚନା ହୋଇଥିଲ।। ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଋଣ ଅର୍ଥ ପୈଠ କରିବାରେ ଅବହେଳା କରୁଥିବାରୁ ବ୍ୟାଙ୍କ ମାନେ ଋଣ ଦେବା ପାଇଁ ଅନିଛା ପ୍ରକାଶ କରୁଥିବା ଜଣାପଡୁଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ ଋଣ ଆଦାୟ ମେଳା କରି ବକେୟା ଅର୍ଥ ଆଦାୟ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ । ଏହି ବୈଠକରେ ଏଲଡିଏମ ଅଶୋକ ପଣ୍ଡା, ଆରଏମ ଶ୍ରୀନିବାସ ରାଓ, ଡିଡିଏମ ସୁମନ ସୈାରଭ ସାହୁ, ମିସନଶକ୍ତି ଡିପିସି ସ୍ୱାସତ ସାହୁଙ୍କ ସମେତ ସମସ୍ତ ଅଧିକାରୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ