କରୋନାରେ ମୃତ ପୂର୍ବତନ ସମିତି ସଭ୍ୟଙ୍କ ପରିବାରକୁ ଭେଟିଲେ ବିଧାୟକ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡ଼ା ବ୍ଲକ ତାକରଡ଼ା ଗ୍ରାମର ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପ୍ରଧାନଙ୍କ କରୋନା ଜନିତ ମୃତ୍ୟୁ ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶୋକସନ୍ତପ୍ତ ପରିବାର କୁ ଭେଟି ସମବେଦନା ଜଣାଇବା ସହ ଓ ସାନ୍ତ୍ଵନା ପ୍ରଦାନ କରିଛନ୍ତି। ସ୍ଵର୍ଗତ ପ୍ରଧାନ ତାକରଡା ପଞ୍ଚାୟତର ସମିତି ସଭ୍ଯ ଥିବାବେଳେ ବହୁତ ଉନ୍ନତି ମୂଳକ କାର୍ଯ୍ୟକରି ବେଶ୍ ଲୋକପ୍ରିୟ ଥିଲେ।ବିଧାୟକଙ୍କ ସହିତ ବହୁ ଦଳୀୟ କର୍ମୀ ମଧ୍ଯ ସେଠାକୁ ଯିବା ସହ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ