ଆମ ପୁଲିସ ସମିତି ପକ୍ଷରୁ ଏ.ଏସ.ଆଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, ଯୁଗାବ୍ଦ ନ୍ୟୁଜ୍) : ଆମ ପୁଲିସ ସମିତି ପକ୍ଷରୁ ନନ୍ଦିପଦା ଥାନାର ଏ.ଏସ.ଆଇ ଡମ୍ବରୁଧର ମହାନ୍ତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆଇ.ଆଇ.ସି ମାନସ କୁମାର ସ୍ୱାଇଁ, ଏସ.ଆଇ ଅରୁପ କୁମାର ସାମଲ, ଆମ ପୁଲିସ ସଦସ୍ୟ ପ୍ରମୋଦ କୁମାର ନାୟକ, କିଶୋର ଆଚାର୍ଯ୍ୟ, ସୁଧାଶୁଂ ଦକ୍ଷିଣ ରାୟ, ବିରେନ୍ଦ୍ର କୁମାର ବିଶ୍ୱାଳ, ଧୁସାଶନ ସାହୁ, ମନମୋହନ ବେହେରା, କୃଷ୍ଣଚନ୍ଦ୍ର ଜେନା, ନିତ୍ୟାନନ୍ଦ ରାଉତ, ବାଳକୃଷ୍ଣ ନାୟକ, ଅକ୍ଷୟ ଦାସ ପ୍ରମୁଖ ଯୋଗଦେଇ ଆସନ୍ତାକାଲି ଅବସର ନେଉଥିବା ଏ.ଏସ.ଆଇ ଡମ୍ବରୁ ଧର ମହାନ୍ତଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ଆମପୁଲିସ ସମିତି ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ