ଚୋରା ମଦ ବେପାରୀଙ୍କୁ ବିରୋଧ କରି ଅଡୁଆରେ ସାହି ଲୋକେ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଂଗଦା ଗ୍ରାମସ୍ଥିତ ଅନୁସୂଚିତ ଜାତି ସାହିରେ ଜୈନିକ ଯୁବକ ଚୋରା ମଦ ବେପାର କରୁଥିବାକୁ ନେଇ ସାହି ଲୋକେ ବିରୋଧ କରି ଅଡୁଆରେ ପଡିଥିବା ଜଣାଯାଇଛି । ସୂଚନା ମୁତାବକ ଉକ୍ତ ଗ୍ରାମର ଅନୁସୂଚିତ ଜାତି ସାହିରେ ବିରିଡି ଥାନା ଅଂଚଳର ଜୈନିକ ଯୁବକ ଦୀର୍ଘ ଦିନ ହେଲା ରହିବା ସହିତ ଏକ ତେଜରାତି ଦୋକାନ ଖୋଲି ବେପାର କରୁଥିଲେ । ପରେ ଏହି ବେପାର ସହିତ ଚୋରା ମଦ ଓ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ କରାବାର ମଧ୍ୟ ଆରମ୍ଭ କରିବାରୁ ଉକ୍ତ ସାହିର ଲୋକମାନେ ବିରୋଧ କରି ଗାରୋଇ ପାଣ୍ଡିରେ ଅଭିଯୋଗ କରିଥିଲେ । କିଛି ଦିନ ବ୍ୟବଧାନ ପରେ ଜିଲ୍ଲା ସ୍ପେଶାଲ ସ୍ୱାଡ ପକ୍ଷରୁ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇ ଚୋରା ମଦ ସହିତ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ସଂପୃକ୍ତ ଯୁବକ ସୁଧିରିବା ପରିବେର୍ତ ପୂର୍ଣ୍ଣବାର ମଦ ବେପାର କରିଥିଲା । ଯାହାଫଳରେ ବାହାର ଅଂଚଳରୁ ଅନେକ ଅସାମାଜିକ ଯୁବକ ମଦ ପିଇବାକୁ ଆସି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିଜ ନିଜ ମଧ୍ୟ ମାରପିଟ ହେଉଥିବା ଦେଖାଯାଇଥିଲା ।ଯାହାଫଳରେ ଉକ୍ତ ସାହି ଲୋକଙ୍କ ସହିତ ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଲୋକେ ଅତିଷ୍ଠ ହୋଇପଡିଥିଲେ । ଯାହାକୁ ନେଇ ଉକ୍ତ ସାହି ଲୋକମାନେ ଏହାକୁ ବିରୋଧ କରିଥିଲେ । ହେଲେ ଉକ୍ତ ଯୁବକକୁ ପ୍ରଶୟ ଦେଉଥିବା ସେହି ସାହିର ଅନ୍ୟ ଲୋକେ ବିରୋଧ କରୁଥିବା ପରିବାରକୁ ବିରୋଧ କରିଥିଲେ । ସୂଚନା ପାଇ ନାଉଗାଁ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚିଲା ବେଳକୁ ଉକ୍ତ ଯୁବକ କୁଆଡେ ଫେରାର ହୋଇଯାଇଥିଲା । ହେଲେ ମଙ୍ଗଳବାର ଅପରାହ୍ନ ସମୟରେ ଉକ୍ତ ଯୁବକ ମଦ ବୋତଲର ଭଙ୍ଗା କାଚକୁ ନେଇ ତାର ଦୋକାନ ପଛପଟରେ ଥିବା ଏକ ପୋଖରୀ ହୁଡାରେ ପକାଉଥିଲେ । ଯାହାକି ସାହି ଲୋକଙ୍କର ଯିବା ଆସିବା ରାସ୍ତା ହୋଇଥିବାରୁ ଏଠାରେ ନ ପକାଇବାକୁ ମନା କରିଥିଲେ । କିନ୍ତୁ ଉକ୍ତ ଯୁବକ ସହିତ ତାର ସଂର୍ପକୀୟମାନେ ଉତ୍ୟକ୍ତ ହୋଇ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷରେ ଉକ୍ତ ଚୋରା ମଦ ବେପାରୀ ନିଜକୁ ରକ୍ଷା କରିବାକୁ ଯାଇ ନିଜ ସଂର୍ପକୀୟାକୁ ନେଇ ସାହି ଲୋକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ପୋଲିସ ପକ୍ଷରୁ ପୃଥକ ଭାବେ ଦୁଇଟି ଅଭିଯୋଗକୁ ଗ୍ରହଣ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ