ସ୍ୱାୟତ ଶାସନ ଦିବସ ଅଭିନନ୍ଦନ , ବିଜ୍ଞ।ପିତ ଅଞ୍ଚଳ ପରିଷଦ, ଦିଗପହଣ୍ଡି ,ଗଂଜାମ
ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଦିଗପହଣ୍ଡି ବିଜ୍ଞ।ପିତ ଅଞ୍ଚଳ ପରିଷଦର ସମସ୍ତ ନାଗରିକ ମାନଙ୍କୁ ପରିଷଦ ତରଫରୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛୁ । ସ୍ୱଚ୍ଛ ଭାରତ ଅଭିଯାନ କଥା ତଥା ସ୍ୱଚ୍ଛ ଓଡିଶା ସୁନ୍ଦର ଓଡିଶା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାନ୍ତୁ ।ସହରକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢି ତୋଳିବା ଏବଂ ପରିଷଦର ସମସ୍ତ କାର୍ଯ୍ୟରେ ସହରବାସୀଙ୍କ ସହଯୋଗ ଆମ୍ଭର ଏକାନ୍ତକାମ୍ୟ ।
୧.ନିଜ ନିଜର ଘର ଟିକସ ,ସାହି ଆଲୁଅ ଟିକସ ,କଳପାଣି ଯୋଗାଣ ଟିକସ୍ ଠିକ୍ ସମୟରେ ପୈଠ କରନ୍ତୁ ।
୨. ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ନିମନ୍ତେ ପରିଷଦ ଇଲାକା ମଧ୍ୟରେ ଯେଉଁମାନେ ବ୍ୟବସାୟୀକ ଅନୁÂାନ କରିଛନ୍ତି ।ସେମାନେ ପରିଷଦ ତରଫରୁ ଟ୍ରେଡ ଲାଇସେନ୍ସ ,କରାଇ ନିଅନ୍ତୁ ।
୩.ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିବା ପାଇଁ ସୁଯୋଗ ନିଅନ୍ତୁ ।
୪.ସହରର ରାସ୍ତା କଡରେ ବାଲି,ଇଟା ,ପଥର ଇତ୍ୟାଦି ରଖି ରାସ୍ତା ଅବରୋଧ କରନ୍ତୁ ନାହିଁ ।
୫.ନୂତନ ଗୃହ ନିର୍ମାଣ କରିବା ପୂର୍ବରୁ ପରିଷଦର ନକ୍ସା ମଞ୍ଜୁର କରାଇନିଅନ୍ତୁ ।
୬. ନିଜର ଗାଇ ,ଗୋରୁ ମାନଙ୍କୁ ରାସ୍ତା କଡରେ ନଛାଡି ଗୁହାଳରେ ବାନ୍ଧି ରଖନ୍ତୁ ।
୭. ରାସ୍ତା କଡରେ ଝାଡା ଫେରନ୍ତୁ ନାହିଁ । ପରିମଳ କାର୍ଯ୍ୟର ସଫଳ ରୁପାୟନ ସକାଶେ ରାସ୍ତା ଘାଟ ସଫାରଖି ଡେଙ୍ଗୁ ମ୍ୟାଲେରିଆ ହଇଜା ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଆନ୍ତୁ ।
୮.ଠିକ୍ ସମୟ ମଧ୍ୟରେ ଜନ୍ମ ଓ ମୃତୁ୍ୟର ଓ ବିବାହର ପଞ୍ଜିକରଣ କରନ୍ତୁ ।
୯.ପଲିଥିନ ବ୍ୟବହାର ସଂମ୍ପୂର୍ଣ୍ଣ ରୁପେ ବନ୍ଦ କରନ୍ତୁ ଏବଂ ନିୟମିତ ଡଷ୍ଟବିନ ବ୍ୟବହାର କରନ୍ତୁ ।
୧୦ . ଆପଣ ମାନଙ୍କୁ ପରିଷଦ ତରଫରୁ ପ୍ରଦାନ କରାଯାଇଥବା ଦୁଇଗୋଟି ଡଷ୍ଟବିନ୍ ଯଥା ନୀଳ ଡଷ୍ଟବିନ୍ ରେ ଶୁଖିଲା ବର୍ଜ୍ୟବସ୍ତୁ ଓ ସବୁଜ ଡଷ୍ଟବିନ୍ରେ ଓଦା ବର୍ଜ୍ୟବସ୍ତୁ ରଖି ଆମ ଅଳିଆ ଗାଡିରେ ଆପଣଙ୍କ ଘର ବା ଦୋକାନ ଦେଇ ଗଲାବେଳେ ସେଥିରେ ପକାଇବାକୁ ଅନୁରୋଧ ।
୧୧.ଆମସହର ଦୁଇ ଗୋଟି ଅଳିଆ ବୁହା ଗାଡି ପ୍ରତୈ୍ୟକ ୱାର୍ଡରେ ବୁଲିବା ସମୟରେ ଆପଣମାନଙ୍କ ବର୍ଜ୍ୟବସ୍ତୁ ତଥା ଅଳିଆ ଆବାର୍ଜନା ସଂଗ୍ରହ କରିବାର ସମସ୍ତ ପରିବାର ଜନସାଧାରଣ ସହଯୋଗ କରନ୍ତୁ ।
୧୨.ଏନ.ଏସି.ଦ୍ୱାରା ଲେ-ଆଉଟ୍ ନକ୍ସା ଅନୁମୋଦ ହୋଇନଥିବା ଖାଲିସ୍ଥାନ ବା ପ୍ଲଟ୍ ,କ୍ରୟ କିମ୍ଭା ବିକ୍ରୟ କରନ୍ତୁ ନାହିଁ ।
୧୩.ରାସ୍ତାକଡ ଜମି ତଥା ସରକାରୀ ଜମି ,ପୈାର,ପୈାରସଂସ୍ଥା ,ଦ୍ୱାରା ସ୍ଥାପିତ ଡ୍ରେନକୁ ଜବରଦଖଲ ରୁ ମୁକ୍ତ ରଖନ୍ତୁ ।
ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ
(ଓ .ଆର୍,ଏସ୍) ଓ .ଏ.ଏସ୍.ଏ.(ଏସ ବି )
କାର୍ଯ୍ୟନିର୍ବାହି ଅଧିକାରୀ (ପ୍ରଶାସକ)