“ବିଶ୍ୱ ଓଡ଼ିଶା’ର ସଭାପତି ହେଲେ ଡ. ସୂର୍ଯ୍ୟନାରାୟଣ ପାତ୍ର  

ଢେଙ୍କନାଳ,(ଓ୍ବାଇଏନ୍ଏସ୍) : ଓଡ଼ିଶା ବିଧାନସଭାର ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ରାଜନୀତିର ବରିଷ୍ଠ ବ୍ୟକ୍ତିତ୍ୱ ଡ. ସୂର୍ଯ୍ୟନାରାୟଣ ପାତ୍ର “ବିଶ୍ୱ ଓଡ଼ିଶା’ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।ଓଡ଼ିଆ ଭାଷା ସାହିତ୍ୟ, କଳାସଂସ୍କୃତି, ବେଶଭୂଷା, ଖାଦ୍ୟ ପାନୀୟ, ଶିଳ୍ପ ଭାସ୍କର୍ଯ୍ୟ, ପ୍ରଥା ପରମ୍ପରା ସର୍ବୋପରି ଓଡ଼ିଆ ଅସ୍ମିତା-ଜାତୀୟତାର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପ୍ରତିଷ୍ଠିତ “ବିଶ୍ୱ ଓଡ଼ିଶା’ର ନେତୃତ୍ୱ ନେବାପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ଡ. ପାତ୍ର । ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଏକ ଔପଚାରିକ ବୈଠକରେ “ବିଶ୍ୱ ଓଡ଼ିଶା’ର ମୁଖ୍ୟ ସଂଯୋଜକ ଆଡ୍‌ଭୋକେଟ ମନୋରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି କବି ବାହାଦୂର ପାଟସାହାଣୀ, ପରିଚାଳନା ନ୍ୟାସୀ ତଥା ସାଧାରଣ ସମ୍ପାଦକ ମନୋଜ ମନ୍ମୟଙ୍କ ସମେତ ଅନ୍ୟାନ୍ୟ ନ୍ୟାସୀ ଏଥି ନିମନ୍ତେ ଡ. ପାତ୍ରଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ “ବିଶ୍ୱ ଓଡ଼ିଶା’ର ସମ୍ବିଧାନ ଓ ଅନ୍ୟାନ୍ୟ କାର୍ଯ୍ୟ ବିବରଣୀ ଆଦି ପ୍ରଦାନ କରିଥିଲେ ।
ଏହି ଅବସରରେ ଏକ ଦୂରସଂଚାରୀ ବୈଠକରେ “ବିଶ୍ୱ ଓଡ଼ିଶା’ର ଉପଦେଷ୍ଠା ଭାବରେ ପୂର୍ବତନ ରାଷ୍ଟ୍ରଦୂତ ଡ. ଲଳିତ ମାନସିଂହ, ଅବସର ବେଉରିଆ, ପୂର୍ବତନ ସଭାପତି ତଥା ଜର୍ମାନୀ ପ୍ରବାସୀ ଓଡ଼ିଆ ଡ. ରାଜେନ୍ଦ୍ର ନାରାୟଣ ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଗୋକୁଳାନନ୍ଦ ଦାସ ଏବଂ ମୁଖ୍ୟ ଆଇନ୍ ପରାମର୍ଶଦାତା ଭାବରେ ସୁପ୍ରିମ୍‌କୋର୍ଟ ଆଡ୍‌ଭୋକେଟ୍ ସଞ୍ଜୀବ କୁମାର ମହାନ୍ତିଙ୍କୁ ଗ୍ରହଣ କରାଗଲା । ସେହିପରି ମୁଖ୍ୟ ସଂଯୋଜକ ଭାବରେ ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ, ମହାସଚିବ ଭାବରେ ପୂର୍ବତନ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ, କାର୍ଯ୍ୟକାରୀ ସଭାପତି ଭାବରେ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାହାଦୂର ପାଟସାହାଣୀ, ଉପସଭାପତି ଭାବରେ ପ୍ରଫେସର ତାରାପ୍ରସନ୍ନ ଶତପଥୀ, ଦିଲୀପ ରାୟ, ଡ. ଦ୍ୱୀପାୟନ ପଟ୍ଟନାୟକ, ସମନ୍ୱୟ ସମ୍ପାଦକ ଭାବରେ ଅଧ୍ୟାପିକା ମୀରା ବେଉରା, ସରୋଜ ଶଥପଥୀ, କୋଷାଧ୍ୟକ୍ଷା ତଥା ମହିଳା ପରିଷଦ ସଂଯୋଜିକା ଭାବରେ ରଶ୍ମିତା ରାଉତ ନିର୍ବାଚିତ ହେଲେ ।
“ବିଶ୍ୱ ଓଡ଼ିଶା’ର ଯୁବ ପରିଷଦ ସଂଯୋଜକ ଡ. ଦିବ୍ୟଶକ୍ତି ସାମନ୍ତରାୟ, କୃଷିପରିଷଦ ସଭାପତି ପଞ୍ଚାନନ ଗୌଡ଼, ପରିବେଶ ପରିଷଦ ସଭାପତି ପ୍ରଦୀପ କୁମାର ମହାନନ୍ଦିଆ, ସାହିତ୍ୟ ପରିଷଦ ସଭାପତି ଡ. ପ୍ରତିଭା ମହାରଥୀ, ଶିକ୍ଷା ପରିଷଦ ସଭାପତି ଡ. ସୁରୁବାବୁ ମେହେର, ଝାଡ଼ଖଣ୍ଡ ରାଜ୍ୟ ପରିଷଦ ଉପଦେଷ୍ଟା ବିଷ୍ଣୁପଦ ସିଂହଦେଓ, ଆବାହିକା ଡ. ତନୁଶ୍ରୀ ପତ୍ରୀ, ପଶ୍ଚିମବଙ୍ଗ ରାଜ୍ୟପରିଷଦ ସଭାପତି କୃତିବାସ ମହାପାତ୍ର, ଆନ୍ଧ୍ରପ୍ରଦେଶ ରାଜ୍ୟପରିଷଦ ଆବାହକ ସତ୍ୟନାରାୟଣ ପାଢ଼ୀ, ଗୁଜରାଟ ରାଜ୍ୟପରିଷଦ ଆବାହକ ଡ. ଅସିତ ରଞ୍ଜନ ସାହୁ, ତାମିଲନାଡୁ ରାଜ୍ୟ ପରିଷଦ ଆବାହକ ଅଶୋକ ସାମନ୍ତ, ନେପାଳ ମୈତ୍ରୀ ପରିଷଦ ଆବାହକ ଶଶିକାନ୍ତ ସେଠୀ ଏବଂ “ବିଶ୍ୱ ଓଡ଼ିଶା ଆନ୍ତର୍ଜାତିକ ପରିଷଦ’ ଆବାହକ ଡ. ଅରୁଣ କୁମାର ପ୍ରହରାଜଙ୍କୁ କାର୍ଯ୍ୟଭାର ଅର୍ପଣ କରାଗଲା ବୋଲି ସାଧାରଣ ସମ୍ପାଦକ ମନୋଜ ମନ୍ମୟ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ