ମହିଳା ବିଜେଡି ପର୍ଯ୍ୟବେକ୍ଷକଙ୍କ ଗଜପତି ଗସ୍ତ ଓ ମହିଳା ସଂଗଠନ ସୁଦୃଢ ପାଇଁ ଆଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ମହିଳା ବିଜେଡି ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗସ୍ତରେ ଆସି ଦଳର ମହିଳା ସଂଗଠନକୁ ନେଇ ବିଭିନ୍ନ ଆଲୋଚନା କରିଥିବାର ଜଣାପଡିଛି । ସେ ଗଜପତି ଆସିବାପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ତାଙ୍କୁ ସ୍ୱାଗତ କରିବା ପରେ ସେ ପ୍ରଥମେ କାଶୀନଗର ଗସ୍ତ କରିଥିଲେ । ସେଠାରେ ସେ ପୂର୍ବତନ ଏନ୍‌.ଏ.ସି. ଚେୟାରମେନ୍ ଏନ୍‌. ସୁଧାରାଣୀଙ୍କୁ ଭେଟି ତାଙ୍କୁ ବିଭିନ୍ନ ମହିଳା ସଂଗଠନ ବିଷୟରେ ପଚାରିଥିଲେ । ରାଜ୍ୟ ସରକାର କିପରି ଭାବେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମହିଳା ମାନଙ୍କ ପାଇଁ ହାତକୁ ନେଉଛନ୍ତି ସେ ବିଷୟରେ ସେ ସୁଧାରାଣୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯାଇ କିପରି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ସେ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମହିଳା ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆହୁରି ଅନେକ ଉନ୍ନୟନ ଯୋଜନା କରାଯିବା ସହ ସେମାନଙ୍କୁ ସାମିଲ କରାଯିବ ବୋଲି ପର୍ଯ୍ୟବେକ୍ଷିକା କହିଥିଲେ । ସେଠାରୁ ସେ ଗୁମ୍ମା ବ୍ଲକ ଗସ୍ତକରି ସେଠାରେ ମଧ୍ୟ ବିଭିନ୍ନ ମହିଳା ନେତ୍ରୀମାନଙ୍କ ସହ ସାଂଗଠନିକ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ବିଜେଡିର କାର୍ଯ୍ୟାକାରୀ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ଜିଲ୍ଲା ଯୁବ ସଭାପତି ଏସ୍‌.ଲିଙ୍ଗରାଜ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀଦେବୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ