ଶତାବ୍ଦୀ ତନୟା ଦାସଙ୍କ ମେଧାବୃତ୍ତି ପ୍ରାପ୍ତ

ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ସହରସ୍ଥିତ ବାଳିକା ନୋଡ଼ାଲ ହାଇସ୍କୁଲର ଛାତ୍ରୀ ଶତାବ୍ଦୀ ତନୟା ଦାସ ୨୦୧୯-୨୦୨୦ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ଝାରସୁଗୁଡା ଅଲ୍ଟ୍ରାଟେକ ସିମେଣ୍ଟ ର ଜୁନିୟର ଅଫିସର ରୂପେ କର୍ଯ୍ୟରତ ସୁଶାନ୍ତ ଦାଶ ଓ ମାଆ ମାନସୀ ନାୟକଙ୍କ ଝିଅ ଅଟନ୍ତି ଶତାବ୍ଦୀ । ବର୍ତ୍ତମାନ ସେ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି, ଏହି ସଫଳତା ପାଇଁ ଭଗବାନ ଙ୍କ ଆଶୀର୍ବାଦ ଓ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଅବଦାନ କହିଛନ୍ତି ସେ । ଏନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେହିପରି ଉକ୍ତ ସ୍କୁଲର ଛାତ୍ରୀ ଶୁଭଶ୍ରୀ ମହାରଣା ୨ୟ ସ୍ଥାନ, ସୁମନ କୁମାରୀ ମଣ୍ଡଳ ୩ୟ ସ୍ଥାନ ଓ ଇପ୍ସିତା ସାହୁ ୫ମ୍ ସ୍ଥାନ ଅଧିକାରୀ କରି ସ୍କୁଲପାଇଁ ସୁନାମ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ