ଜିଲ୍ଲା ସ୍ତରୀୟ  ରାଜସ୍ବ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟର ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି  ।  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ ଜଣାଇଥିଲେଯେ, ତହସିଲ କାର୍ଯ୍ୟାଳୟରେ ଯୋଗାଇ ଦିଆଯାଉଥିବା ସମସ୍ତ ସେବାର ଆବେଦନ ପତ୍ର ଗୁଡିକ ହିତାଧିକାରୀ ମାନଙ୍କଠାରୁ ଗ୍ରହଣ କରନ୍ତୁ, ହିତାଧିକାରୀଗଣ ଯେପରି ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଆସିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ  । ସମସ୍ତ କାର୍ଯ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଅଛି, ଏଣୁ ଆବେଦନ ପତ୍ର ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ହେବ  । ତହସିଲ ମାନଙ୍କରେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେପରି ଶତ ପ୍ରତିଶତ ପୂରଣ ହେବ ସେଥିପ୍ରତି ଗୁରୁତ୍ବ ଦିଅନ୍ତୁ  । କେସ୍ ଗୁଡିକର ସମାଧାନ କ୍ଷେତ୍ରରେ ବିଳମ୍ବ କରନ୍ତୁ ନାହିଁ ବୋଲି ତହସିଲଦାର ମାନଙ୍କୁ ଜଣାଇଥିଲେ  । ସୈରାତ୍ ରାଜସ୍ବ ଆଦାୟ କ୍ଷେତ୍ରରେ ଉପଜିଲ୍ଲାପାଳଗଣ ନିଜ ସ୍ତରରେ ୧୫ ଦିନକୁ ଥରେ ସମୀକ୍ଷା କରି ରାଜସ୍ବ ଯେପରି ବୃଦ୍ଧି ହୋଇପାରିବ  ସେଥିପ୍ରତି ଗୁରୁତ୍ବ ଦେବାକୁ ଉପଜିଲ୍ଲାପାଳ ମାନଙ୍କୁ ଜଣାଇଥିଲେ  । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ ରାଜସ୍ବ ବିଭାଗର ସମସ୍ତ ବିଷୟ ନେଇ ସୁବିସ୍ତୃତ ସମୀକ୍ଷା କରିଥିଲେ  । ମ୍ୟୁଟେସନ୍ କେସ୍ ଓ ଏଲ୍ ଆର୍ ଆକ୍ଚ, ବସୁନ୍ଧରା ଯୋଜନା, ବେବନ୍ଦୋବସ୍ତ, ରାଜସ୍ବ ଆଦାୟ ଇତ୍ୟାଦି ସମସ୍ତ ବିଷୟ ନେଇ ସମୀକ୍ଷା କରିବା ସହ ବଳକା ରହିଥିବା କେସ୍ ଗୁଡିକ ସମାଧାନ କରିବାକୁ ପ୍ରବର୍ତ୍ତାଇଥିଲେ  । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ