କୋଭିଡ ନିୟମାନୁସାରେ ପାଳନ ହେଲା ବିଶ୍ୱକର୍ମା ପୂଜା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପବିତ୍ର ବିଶ୍ୱକର୍ମା ପୂଜା ଦେବ ଶିଳ୍ପୀଙ୍କର ପୂଜାରେ ପୁରପଲ୍ଲୀ ଉତ୍ସବ ମୁଖର ହେବା କଥା । କିନ୍ତୁ ସରକାରଙ୍କର କୋଭିଡ ନିୟମ ପ୍ରତିବନ୍ଧକ କିଛି ଅନୁଷ୍ଠାନ କେବଳ ରୀତିନୀତି ମଧ୍ୟରେ ହିଁ ପାଳନ କରିଛନ୍ତି ବିଶ୍ଵକର୍ମା ପୂଜା । ସେଭଳି ଏକ ଅନୁଷ୍ଠାନ ହେଉଛି ଗଞ୍ଜାମ ଜିଲ୍ଲା ତଥା ସମ୍ପୂର୍ଣ୍ଣ ବ୍ରହ୍ମପୁରର ଏକ ମାତ୍ର ସର୍ବ ପୁରାତନ ବିଶ୍ଵକର୍ମା ମନ୍ଦିର ହରିଡାଖଣ୍ଡି ରୋଡ଼ ଠାରେ ଥିବା ଦେବଶିଳ୍ପୀ ଭଗବାନ ପରମପିତା ପ୍ରଜାପତି ବିଶ୍ଵକର୍ମାଙ୍କର ମନ୍ଦିରରେ ଚଳିତ ବର୍ଷ ନିରାଡମ୍ବର ଭାବରେ ସମ୍ପୂର୍ଣ କୋଭିଡ ନିୟମ ପାଳନ ମୁତାବକ ମନ୍ଦିର ପରିଚାଳନା କମିଟି ତଥା ମହୁରୀ ତଲୁକାର ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ନେଇ ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ଭଗବାନ ବିଶ୍ଵକର୍ମାଙ୍କର ପୂଜନ ଉତ୍ସବ ପାଳନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଦେବହରି ମହାରଣା, ଉପସଭାପତି ଏଙ୍କା ମହାରଣା,ସମ୍ପାଦକ ଶଙ୍କର ମହାରଣା,ଯୁଗ୍ମ ସମ୍ପାଦକ ଜୟ ମହାରଣା,କୋଷାଧ୍ୟକ୍ଷ ପ୍ରଫୁଲ୍ଲ ମହାରଣା କାର୍ଯ୍ୟକାରୀ କମିଟିର ସଭାପତି ସଭାପତି ପ୍ରଭାକର ମହାରଣା ,ରବୀନ୍ଦ୍ର ମହାରଣା,ପ୍ରଶାନ୍ତି ମହାରଣା,ରାଜୁ ମହାରଣା, ସୁଶାନ୍ତ ମହାରଣା, ସୁରେଶ ମହାରଣା,କାଳିଆ ମହାରଣା,ଉପଦେଷ୍ଟା ଭାଗବାନ ମହାରଣା,ଉଦୟ ମହାରଣା, ଭାସ୍କର ମହାରଣା,ତଲୁକାର ପ୍ରତିନିଧୂ ଶ୍ରୀ ଗଙ୍ଗାଧର ମହାରଣା,ସମୀକ୍ଷକ ଶ୍ରୀ ରାଜେନ୍ଦ୍ର ମହାରଣାଙ୍କର ସମେତ ମହୁରୀ ତାଲୁକାର ସଭାପତି ଶ୍ରୀ ତ୍ରିପତି ମହାରଣା ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀ ଭାଗିରଥୀ ମହାରଣା ପ୍ରମୁଖ ଉପସ୍ଥିତ ରହି କରୋନା ମହାମାରୀ ଦେଶରୁ ଅପସରି ଯାଇ କିଭଳି ଭାବରେ ପୁନଃ ଏ ଧାରା ଧାମରେ ଆରୋଗ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ହେଉ ସାମୁହିକ ଭାବରେ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ