ଗଞ୍ଜାମ ଜିଲ୍ଲା ଏସ.ଆଇ,ଏ.ଏସ.ଆଇଙ୍କୁ ଏସପିଙ୍କ ନିର୍ଦେଶକ୍ରମେ ଅଦଳ ବଦଳ

ବ୍ରହ୍ମପୁର.(ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ପୋଲିସର ଏସ.ଆଇ ଏବଂ ଏ.ଏସ.ଆଇଙ୍କୁ ଏସପିଙ୍କ ନିର୍ଦେଶକ୍ରମେ ଅଦଳବଦଳ କରାଯାଇଛି l ଜିଲ୍ଲାରେ ୩ ଜଣ ଏସ.ଆଇ ଏବଂ ୧୯ ଜଣ ଏ.ଏସ.ଆଇ ଅଦଳ ବଦଳ ହୋଇଛି । ଝୁନୁଵାଲା ସାସମଲଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ବ୍ରହ୍ମପୁର ମହିଳା ଥାନା,ଏସ.ଆଇ ମହେନ୍ଦ୍ର ବେହେରାଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ଗୋପାଳପୁର ଥାନା,ଏସ.ଆଇ ସବିତା ପାଣିଗ୍ରାହୀ ମହିଳା ଥାନାରୁ ସଦର ଥାନା,ସେହିପରି ଏ.ଏସ.ଆଇ ସ୍ତରରେ ଗୋପାଳପୁର ଥାନାରୁ ପୁରୁଷୋତ୍ତମ ପାଇକଙ୍କୁ ସଦର ଥାନା,ଧୋବା ସ୍ୱାଇଁଙ୍କୁ ନିମଖଣ୍ଡି ଫାଣ୍ଡି ରୁ ଚିକିଟି ଏସ.ଡି.ପି.ଓ କାର୍ଯ୍ୟାଳୟ ସଦର ଥାନା ର ସୁରେଶ ସାହୁଙ୍କୁ ଜରଡା ଥାନା,ବିନୀତ ଶତପଥି ଙ୍କୁ ନୂଆପଡା ଥାନା,ସେହିପରି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କୁ ବୈଦ୍ୟନାଥପୁର ଥାନା ରୁ ସଦର ନିମଖଣ୍ଡି ଫାଣ୍ଡି,ଏହିଭଳି ୧୯ ଜଣ ଏ.ଏସ.ଆଇ ଙ୍କୁ ଵ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାକୁ ଅଦଳି ବଦଳି କରିଛନ୍ତି ଵ୍ରହ୍ମପୁର ଏସ.ପି ପିନାକ ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ