ସ୍କୁଟି ସହ ବାଇକ ଧକ୍କା,ଜଣେ ଗୁରୁତର ୨ ଆହତ

କୁକୁଡ଼ାଖଣ୍ଡି (ଯୁଗାବ୍ଦ ନୁ୍ୟଜ ) :ସଦରଥାନା ଅନ୍ତର୍ଗତ ବାଳକୃଷ୍ଣ ପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜାଣିବକୁ ମିଳିଛି । କିନ୍ତୁ ଘଟଣାରୁ ଜାଣିବକୁ ମିଳିଛି ଯେ, ଜଣେ ମହିଳା ସ୍ତ୍ରୀଲୋକ ଓଡି୦୭ଭି ୧୧୯୮ ନମ୍ବର ବିଶିଷ୍ଟ ୟମହକ୍ଷ ସ୍କୁୁଟି ରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ବ୍ରହ୍ମପୁରରୁ ନିଜ ଗ୍ରାମ ସିଧେଶ୍ୱରକୁ ଓଡି୦୭ହେଚ୍ ୪୧୨୭ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ବାଇକରେ ଫେରୁଥିବା ବେଳେ ହଟାତ ସ୍କୁଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ମହିଳା ଜଣକ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡିରହିଥିବା ବେଳେ ବାଇକରେ ବସିଥିବା ଦ୍ୱୟ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଗୁରୁତର ମହିଳାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠେଇଥିବା ବେଳେ ମହିଳା ଜଣଙ୍କ ପରିଚୟ ମିଳିପାରିନି । କିନ୍ତୁ ବ୍ୟବହାର କରୁଥିବା ଗାଡିଟି ବସୁମତୀ ବେହେରାଙ୍କ ନାମରେ ଥିବା ଜାଣିବକୁ ମିଳିଛି । ସେହିପରି ଏହି ଘଟଣାରେ ଆହତ ବ୍ୟକ୍ତି ଦ୍ବୟଙ୍କ ଘର ଦିଗପହଣ୍ଡି ନିକଟସ୍ଥ ସିଧେଶ୍ୱର ଗ୍ରାମ ବୋଲି ଜାଣିବକୁ ମିଳିଥିବା ବେଳେ ଉକ୍ତ ବାଇକଟି ରମାକାନ୍ତ ରାଉତଙ୍କର ବୋଲି ଜାଣିବକୁ ମିଳିଛି । କିନ୍ତୁ ଏହି ଘଟଣା ସମ୍ପର୍କରେ ସଦର ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ନେଇ ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ