୧ କୋଟି ଟଙ୍କାର ଗଂଜେଇ ଜବତ
ଜୟପୁର,(ଓ୍ବାଇଏନ୍ଏସ୍) :ସେମିଳିଗୁଡା ପୋଲିସ ଦ୍ବାରା ଗୋଟାଏ ପିକଅପ ଗାଡି,ଗୋଟାଏ ମୋଟର ସାଇକେଲ ସମେତ ୫ ଗିରଫ | ପଟାଙ୍ଗି ଅଂଚଳର ବଡ ଗଂଜେଇ ମାଫିଆଙ୍କ ସହ ୫ ଗିରଫ |ନନ୍ଦପୁର ବ୍ଲକର ଆନ୍ଧ୍ର ସୀମାନ୍ତ ପାଡୁଆ ଅଂଚଳରୁ ଗଂଜେଇ ଆଣି ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲାଣ କରିବାକୁ ନେଉଥିବାବେଳେ କରିଗୁଡା ଛକ ନିକଟରେ ସେମିଳିଗୁଡା ପୋଲିସ ଦ୍ବାରା ଧରାପଡିଛି| କାହାଠାରୁ ଆଣିଥିଲେ ଓ ଅନ୍ୟ କେଉଁମାନେ ଜଡିତ ଅଛନ୍ତି ତାର ତଦନ୍ତ ଜାରି ରହିଛିବୋଲି ସେମିଳିଗୁଡା ଥାନା ଆଇ ଆଇ ସି କହିଛନ୍ତି|


