ମୋଟର ଚୋରି ମାମଲା;ଅଭିଯୁକ୍ତ ଗିରଫ,ମୋଟର ଜବତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଥାନା ଲଙ୍ଗଳଦେଇ ଗ୍ରାମର ପି.ସାଗର ଙ୍କୁ ସୋମବାର ରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଥାନା ମାମଲା ନଂ.୨୦୮/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଚୋରି ମାମଲା ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ବିଦ୍ୟୁତ୍ ଚାଳିତ ପାଣି ମୋଟର ଜବତ କରିଥିବା ଜଣାପଡିଛି । ଗତ ବୁଧବାର ରାତିରେ ଲଙ୍ଗଳଦେଇ ଗ୍ରାମ ସ୍ଥିତ ମସଜିଦରେ ପଶି କେହି ଦୁର୍ବୃତ୍ତ ମୋଟର ଚୋରି କରିଥିବା ଜଣାପଡ଼ିଥିଲା । ଏନେଇ ଏତଲା ହେବାପରେ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ ।