ୱାସିଂଟନ୍ଙ୍କ ବୁଢ଼ା ଆଙ୍ଗୁଠି !

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗନ ପେନସିଲଭାନିଆର ୱାସିଂଟନ୍ କନ୍ଟ୍ରିରେ ଥିବା ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନଙ୍କ ବୁଢ଼ା ଆଙ୍ଗୁଠି । ତେବେ ସେଇଟି ପ୍ରକୃତରେ ତାଙ୍କ ହାତର ନୁହେଁ । ପ୍ରଦର୍ଶିତ ହେଉଥିବା ବୁଢ଼ା ଆଙ୍ଗୁଠିଟି ମାଟିରେ ତିଆରି । ୱାସିଂଟନ କନ୍ଟ୍ରି ସ୍ଥିତ ଅଦାଲତ କୋଠା ଉପରେ ଏକଦା ଶୋଭା ପାଉଥିଲା ତାଙ୍କର ଏକ ବିଶାଳ ଟେରାକୋଟା ପ୍ରତିମା । ୧୯୨୭ରେ ବଜ୍ରପାତ ଯୋଗୁଁ ଟେରାକୋଟା ପ୍ରତିମାଟି ଭାଙ୍ଗି ଛାରଖାର ହୋଇ ଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିଲା କେବଳ ବୁଢ଼ା ଆଙ୍ଗୁଠି । ସେଇଟିକୁ କେହି ଜଣେ ପାଇ ସ୍ଥାନୀୟ ସଂଗ୍ରହାଳୟ କର୍ତ୍ତୃପକ୍ଷଙ୍କ ଜିମା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନରେ ୱାସିଂଟନ କନ୍ଟ୍ରିରେ ‘ୱାସିଂଟନ ସମରୂପୀ ଉତ୍ସବ’ ଆୟୋଜିତ ହୁଏ । ଏହି ଅବସରରେ ତାଙ୍କ ପ୍ରଶଂସକମାନେ, ତାଙ୍କ ଭଳି ବେଶ ପୋଷାକ ପିନ୍ଧି ଏକତ୍ର ହୁଅନ୍ତି । ଆଉ ସମସ୍ତେ ନିଜ ହାତର ଗୋଟିଏ ବୁଢ଼ା ଆଙ୍ଗୁଠିରେ ଅପେକ୍ଷାକୃତ ବଡ଼ ଆକାରର ପ୍ଲାସଟିକ୍ ଆଙ୍ଗୁଠି ଧାରଣ କରିଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ