ଶୋକପ୍ରକାଶ କଲେ ନରେନ୍ଦ୍ର ମୋଦୀ
(ଯୁଗାବ୍ଦ ନ୍ୟୁଜ )ପଞ୍ଜାବ ର ଗୁରୁଦାସପୁର ବଟାଲରେ ବାଣ ବିସ୍ଫୋରଣ ରେ ପ୍ରୟ ୨୩ ଜଣ ପ୍ରଣ ହରାଇଥିଲା ବେଳେ ୨୫ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ବିସ୍ଫୋରଣ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିସ୍ଫୋରଣ ହୃଦୟ ଥରାଇ ଦେବାଭଳି ଘଟଣା ଥିଲା ବୋଲି ସେ କହିଛନ୍ତି । ଏହା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହା ସହିତ ମୋଦୀ ମୃତକଙ୍କ ପରିବାର ବର୍ଗଙ୍କୁ ସମାବେଦନା ଜଣାଇଛି । ବିସ୍ଫୋରଣ ଏତେ ପ୍ରଭାବୀଶାଳୀ ଥିଲା ଯେ ୭୦୦ ମିଟର୍ ଦୂରରେ କାରଖାନାର ଜିନିଷ ପଡ଼ିଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁର୍ଘଟଣା ପାଇଁ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମୃତଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା , ଗୁରୁତର ମାନଙ୍କୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ଆହତ ମାନଙ୍କୁ ୨୫-୨୫ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।