ଓସିଏସ୍ ପରୀକ୍ଷାରେ ମେଧାବୀ ଛାତ୍ର ସ୍ମୃତିରଂଜନଙ୍କ କୃତିତ୍ୱ
ଆସିକା (ୱାଇଏନ୍ଏସ୍): ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ୨୦୨୪ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏହି ପରୀକ୍ଷାରେ ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମର ମେଧାବୀ ଛାତ୍ର ସ୍ମୃତିରଂଜନ ବେହେରା ସାରା ରାଜ୍ୟରେ ୧୫୩ତମ ର୍ୟାଙ୍କରେ ରହି କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି। ସେ ନିଜର ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମର ବଡଦାଣ୍ଡ ସାହିର ଶିକ୍ଷକ ସନ୍ତୋଷ କୁମାର ବେହେରା ଓ ଗୃହିଣୀ ପୁଷ୍ପାଞ୍ଜଳୀ ବେହେରାଙ୍କ ସୁପୁତ୍ର ସ୍ମୃତିରଂଜନ ବେହେରା ପିଲାଟି ଦିନରୁ ସ୍ଥାନୀୟ ଅଞ୍ଚଳରେ ଜଣେ ମେଧାବୀ ଛାତ୍ର ରୂପେ ପରିଚିତ ଥିବା ବେଳେ ଆସିକା ଅଞ୍ଚଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅତୀତରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱର ସହ କୃତକାର୍ଯ୍ୟ ହୋଇଥିଲେ। ମାଟ୍ରିକ ଓ ଯୁକ୍ତ ଦୁଇ ପାଠପଢା ସମାପ୍ତ ପରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ଉଚ୍ଚଶିକ୍ଷା ଲାଗି ପ୍ରୟାସ ଜାରି ରଖିଥିଲେ। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା କାଳଷଣ୍ଢପୁର ଗ୍ରାମର ମେଧାବୀ ଛାତ୍ର ସ୍ମୃତିରଂଜନ ବେହେରା ନିଜର ଏହି ସଫଳତାର ଶ୍ରେୟ ପିତା ସନ୍ତୋଷ କୁମାର ବେହେରା ଓ ମାତା ପୁଷ୍ପାଞ୍ଜଳୀ ବେହେରାଙ୍କ ସମେତ ସମସ୍ତ ଗୁରୁଜନ, ପରିବାରବର୍ଗ ଓ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଲକ୍ଷ୍ୟ ରଖିବା ସହ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ତୃଣମୂଳ ସ୍ତରରେ ଶିକ୍ଷା ଓ ଜନସେବାକୁ ଗୁରୁତ୍ୱ ଦେବା ସାଙ୍ଗକୁ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ କିପରି ହୋଇପାରିବ ତାହାକୁ ସର୍ବାଧିକ ପ୍ରାଥମିକତା ଦେବେ ବୋଲିି ଓସିଏସ୍ କୃତୀ ସ୍ମୃତିରଂଜନ ବେହେରା ସୂଚନା ଦେଇଛନ୍ତି। ଓସିଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମର ସୁନାପୁଅ ସ୍ମୃତିରଂଜନ ବେହେରାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା କାଳଷଣ୍ଢପୁର ଗ୍ରାମର ମେଧାବୀ ଛାତ୍ର ସ୍ମୃତିରଂଜନ ବେହେରାଙ୍କୁ ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର, ସୁରେନ୍ଦ୍ରନାଥ ବେହେରା, ନିରଞ୍ଜନ ନାୟକ, ପ୍ରଫୁଲ କୁମାର ଦାଶ, ଶିକ୍ଷକ ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ସତ୍ୟନାରାୟଣ ସେଠୀ, ସନ୍ତୋଷ କୁମାର ବେହେରା, ଗଣପତି ସେଠୀ, ରାମନାଥ ପଟ୍ଟନାୟକ, ମନୋଜ କୁମାର ବେହେରା, ପଦ୍ମଚରଣ ସେଠୀ, ଜୁଲି ରଥ, ସନ୍ତୋଷ କୁମାରୀ ଶତପଥୀଙ୍କ ସମେତ ବହୁ ଶିକ୍ଷକ, ସଚେତନ ନାଗରିକ, ଶୁଭେଚ୍ଛୁ, ଗୁରୁଜନ ଅଭିନନ୍ଦନ ଓ ଶୁଭେଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କାଳଷଣ୍ଢପୁର ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣିଥିବା ସ୍ମୃତିରଂଜନ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ମନୋବଳ ତାଙ୍କୁ ଏହି ସଫଳତା ଦେଇଥିବା ଜଣାପଡିଛି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯେକୌଣସି ବିଭାଗର ଦାୟିତ୍ୱ ମିଳିଲେ ପ୍ରଶାସନିକ କ୍ଷେତ୍ରରେ ସେ ଲୋକଙ୍କୁ ସେବା ଯୋଗାଇବା ପାଇଁ ନିରବିଚ୍ଛିନ୍ନ ଭାବେ ନିଜର ପ୍ରୟାସ ସଦାସର୍ବଦା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଆସିକା ନିକଟସ୍ଥ କାଳଷଣ୍ଢପୁର ଗ୍ରାମର ମେଧାବୀ ଛାତ୍ର ସ୍ମୃତିରଂଜନ ବେହେରା ଅତୀତରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଟ୍ରିକ୍ ଓ ଆସିକା ସରସ୍ୱତୀ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ପରୀକ୍ଷାରେ ଅତୀତରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ପରବର୍ତ୍ତୀ ସମୟରେ ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କମ୍ପୁଟର ବିଜ୍ଞାନ ପାଠ୍ୟକ୍ରମ ସମାପନ ପରେ ବର୍ତ୍ତମାନ୍ ଓସିଏସ୍ ପରୀକ୍ଷାରେ ସଫଳତା ପାଇଁ କାଳଷଣ୍ଢପୁର ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜଣାପଡିଛି ।


