ଟିୟୁସିସି ପକ୍ଷରୁ ପ୍ରତିବାଦ ଦିବସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନିତୀ କଳ କାରଖାନାର ବ୍ୟାପକ ଶ୍ରମିକ ଛଟେଇ ଶ୍ରମ ଆଇନରେ ସଂଶୋଧନ, ରାଷ୍ଟ୍ରୀୟତାର ପୁଞ୍ଜି ପ୍ରତ୍ୟାହାର ଆଦିର ପ୍ରତିବାଦ କରି ଟ୍ରେଡ଼୍ ୟୁନିୟନ କୋଡ଼ିନେସନ ସେଂଟର(ଟିୟୁସିସି) ସମେତ ଅନ୍ୟାନ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ଆହ୍ୱାନ କ୍ରମେ  ସାରା ଭାରତୀୟ ପ୍ରତିବାଦ ଦିବସ ସାରା ଦେଶରେ ସଂଗଠିତ ହୋଇଛି । ଏହି ପରିପ୍ରେକ୍ଷିରେ  (ଟିୟୁସିସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱର ଠାରେ ପ୍ରତିବାଦ ଦିବସ ସଂଗଠିତ ହୋଇଯାଇଛି । ଟିୟୁସିସିର ରାଜ୍ୟ ଆବାହକ ଜ୍ୟୋତି ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଶ୍ରିକ ନେତା ବିଜୟ ସାହୁ, ପ୍ରଦୀପ ଦାସ, ଦେବାଶିସ୍ ଦାସମହାପାତ୍ର, ରଶ୍ମି ରଂଜନ ମିଶ୍ର, ସୌଭାଗ୍ୟ ରଂଜନ ଦାସ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସାମିଲ ହୋଇ କେନ୍ଦ୍ର ସରକାର ଶ୍ରମଜିବୀ ଜନଗଣଙ୍କ ପ୍ରତି ନିଜର ଆଭିମୁଖ୍ୟ ନବଦଳାଇବା ପର୍ଯ୍ୟନ୍ତ ଟିୟୁସିସି ପକ୍ଷରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜାରୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ