ଆଇ.ଆଇ.ପି.ଏ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତି -୨୦୨୦ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ଶିକ୍ଷାନୀତି-୨୦୨୦ କୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପ୍ରୟାସର ଲକ୍ଷ୍ୟ ନେଇ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ) ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍‌, ପ୍ରସାଶକ ତଥା କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ପୂର୍ବତନ ସଚିବ ଡଃ ଅରୁଣ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନୂତନ ଶିକ୍ଷାନୀତି -୨୦୨୦ ର ବିଭିନ୍ନ ଦିଗ ଉପରେ ପାୱାରପଏଣ୍ଟ ଉପସ୍ଥାପନା କରି ଏହାର ବିଭିନ୍ନ ଦିଗ, ପ୍ରସ୍ତାବ, କାର୍ଯ୍ୟପନ୍ଥା, ଉପଯୋଗିତା ତଥା ପ୍ରୟୋଗ ଉପରେ ଆଲୋଚନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିକ୍ଷାବିତ୍ ଡଃ. ପ୍ରୀତିଶ୍ ଆଚାର୍ଯ୍ୟ ଜାତିୟ ଶିକ୍ଷାନୀତି ଉପରେ ଏକ ବିଶ୍ଳେଷଣାତ୍ମକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ୫୦୦ ରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାବିତ୍‌,ବୁଦ୍ଧିଜିବୀ, ପ୍ରସାଶକ ତଥା ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଅଂଶ ଗ୍ରହଣ କରି ଜାତୀୟ ଶିକ୍ଷାନୀତି ଉପରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ପ୍ରାରମ୍ଭରେ ସଂସ୍ଥାର ସଂପାଦକ ଶ୍ରୀ ଅଶୋକ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସଂସ୍ଥାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୁଳମଣି ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ