ବାଇକ ଚୋରି ଘଟଣାରେ ନାବାଳକ ଗିରଫ;ବାଇକ ଜବତ
ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ପାଟପୁର ଥାନା ପଳାସପୁର ଛକରୁ ମୋଟରସାଇକେଲ ଚୋରି ଘଟଣାରେ ପାଟପୁର ଥାନା ପୋଲିସ ଜଣେ ନାବାଳକ ଗିରଫ କରିଛି। ଗିରଫ ନାବାଳକ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ତପଲ୍ଲୀ ଗ୍ରାମର । ତା ନିକଟରୁ ଚୋରି ହୋଇଥିବା ବାଇକ ଜବତ ହୋଇଥିବା ଥାନାଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି । ପାଟପୁର ଥାନା ରଘୁନାଥପୁର ଗ୍ରାମର ଅମୁଲ୍ୟ ରାଉତ ପଳାସପୁର ଛକ ରେ ଗୋଟାଏ ଘର ଭଡା ରଖି ଟିୟୁସନ କରନ୍ତି l ଅମୁଲ୍ୟ ନିଜର ବାଇକ କୁ ପଳାସପୁର ଛକ ରେ ଭଡା ରଖିଥିବା ଘର ବାରଣ୍ଡାରେ ନିଜର ବାଇକ ଗତ ୧୩ ତାରିଖ ରାତିରେ ରଖିଥିଲେ l ୧୪ ତାରିଖ ସକାଳୁ ଘର ବାରଣ୍ଡାରେ ବାଇକ ନଥିବା ଦେଖି ଅମୁଲ୍ୟ ଖୋଜାଖୋଜି କରିଥିଲେ ବାଇକ ନମିଳିବାରୁ ଗତ ୧୮ ତାରିଖରେ ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଥାନା ମାମଲା ନଂ ୨୩୦/୨୦
ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲୁଟେରାଙ୍କୁ ଚିହ୍ନଟ କରିବା ପରେ ଗୁରୁବାର ଭୋରୁ ପାଟପୁର ପୋଲିସ ଦିଗପହଣ୍ଡି ଥାନା ବନ୍ତପଲ୍ଲୀ ଗ୍ରାମରେ ଚଢ଼ାଉ କରି ନାବାଳକ କୁ ଗିରଫ କରିଥିଲା। ଗୁରୁବାର ସମ୍ପୃକ୍ତ ନାବାଳକଙ୍କୁ ବ୍ରମହଃପୁର ସୁଧାରଗୃହ କୁ ପଠାଇ ଦିଆଯାଇଛି।