କାରୋନା ସଚେତନତା ଅଭିଯାନ
ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା ବ୍ଲକ ର ନୂଆଗଡ ଗ୍ରାମପଞ୍ଚାୟତ ଅନ୍ତରଗତ କନ୍ଧଗୋଛା ଓ ଜୟନଗର ଠାରେ ସମ୍ଭବ ପ୍ରତିଷ୍ଠାନ ତରଫରୁ କାରୋନା ସଚେତନତା ସପ୍ତାହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ନୂଆଗଡ ସ୍ଥିତ ସମ୍ଭବ ବିବିଧ ସାମର୍ଥ୍ୟ ପ୍ରତିଷ୍ଠାନ ତରଫରୁ ଆୟୋଜନ କରାଯାଇଛି। ଏଥିରେ ନୂଆଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ରଙ୍କନିଧି ମଲିକ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ସମ୍ଭବ ବିବିଧ ସାମର୍ଥ୍ୟ ପତିଷ୍ଠାନ ର ସମ୍ପାଦିକା ନିଶାରଣୀ ଦେଇ ଲୋକମାନକୁ ବିଶ୍ଵ ମହାମାରୀ କାରୋନା ଭୟାବହତା ଉପରେ ବୁଝାଇଥିଲେ। ଅନୁଷ୍ଠାନ ର ଉପସଭାପତି ଶଙ୍କର କୁମାର ସାହୁ ଓ ଯୁଗ୍ମ ସମ୍ପାଦକ ନିଲାଞ୍ଚଳ ମିଶ୍ର ସହଯୋଗ କରିଥିଲେ। ଅନୁଷ୍ଠାନର ଆଉ ଜଣେ ସଭ୍ଯ ସୁଧାଂଶୁ ଶେଖର ଦାସ ଏହି କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ଶେଷରେ ଆଦିବାସୀ ଗ୍ରାମ କନ୍ଧଗୋଛା ଓ ଜୟନଗର ଗ୍ରାମର ଲୋକମାନଙ୍କୁ ମସ୍କ ବଣ୍ଟନ କରଯାଇଥିଲା। ଅନୁଷ୍ଠାନ ର ଏହି ପ୍ରଚେଷ୍ଟା କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।