ଏସଆଇଙ୍କ ବିରୋଧରେ ଲାଂଚ ମାଗିବା ଅଭିଯୋଗ ଆଣିଲେ ପଡୀତାଙ୍କ ପରିବାର

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଥାନାରେ ଜଣେ ବିବାହିତା ମହିଳାଙ୍କ ଅଭିଯୋଗ ପରେ ମଧ୍ୟ ତାଙ୍କୁ ନ୍ୟାୟ ଦେବାପାଇଁ  ଗତ ପ୍ରାୟ ଏକ ବର୍ଷ ହେଲା ହାଇରାଣ କରିଆସୁଥିବା ତାଙ୍କ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରିବା ବଦଳରେ ଓଲଟା ପିଡୀତାଙ୍କ ପରିବାର ଲୋକଙ୍କ ନାମରେ ବିଭିନ୍ନ ମିଥ୍ୟା ମାମଲା ରୁଜ୍ଜୁ କରିବା ସହିତ ପିଡୀତାଙ୍କୁ ହଇରାଣ କରୁଥିବା ଯୁବକଙ୍କୁ ସହାୟତା କରୁଥିବା ନେଇ ଏସପିଙ୍କ ନିକଟରେ ଫେରାଦ ହେଲେ ପିଡିତାଙ୍କ ପରିବାର ଲୋକେ । ସୁଚନା ଅନୁସାରେ କନ୍ଧମାଳ ଜିଲ୍ଲା ବ୍ରହ୍ମଣୀଗାଁ ଅନ୍ତର୍ଗତ ଗୁଡିକିଆ ଗ୍ରାମର ବିଳାସିନି ନାୟକ ଗତ ପ୍ରାୟ ଏକ ବର୍ଷ ହେଲା ଫୁଲବାଣୀ ପିଅନପଡା ଅଂଚଳର ଅମିତାଭ ନାୟକଙ୍କୁ ଗତ ୨୯.୧୧.୨୦୧୯ ତାରିଖରେ ବ୍ରହ୍ମପୁରରେ କୋର୍ଟ ମ୍ୟାରେଜ କରିଥିଲେ ଏବଂ ସେମାନେ ଉଭୟ ଠିକଠିକା ଭାବରେ ଚଳି ଆସୁଥିଲେ । ବିବାହିତା ମହିଳା ବିଳାସିନିଙ୍କୁ ବ୍ରାହ୍ମଣୀଗାଁ ଗୁଡିକିଆ ଗ୍ରାମର ରାହୁଲ ରଣ ସିଂ (ଲିଚୁ)ନାମକ ଜଣେ ଯୁବକ ବିବାହ ପୁର୍ବରୁ ଫୋନରେ ଅଶ୍ଳିଳ ଭାଷାରେ ନାନା କଥା କହିବା ସହିତ ତାଙ୍କୁ ଜବରଦସ୍ତି ବାହା ହେବାକୁ କହିଆସୁଥିଲେ । ବିବାହ ପରେ ମଧ୍ୟ ତାଙ୍କୁ ଫୋନ ମାଧ୍ୟରେ ବିଭିନ୍ନ ଅଶାଳୀନ କଥା କହିବା ସହିତ ତାଙ୍କ ସ୍ୱାମୀ ଅମିତାଭଙ୍କୁ ମଧ୍ୟ ଫୋନ ମାଧ୍ୟମରେ ଗାଳି ଗୁଲଜ କରି ବିଳାସିନିଙ୍କୁ ଛାଡିଦେ ମୁଁ ତାକୁ ବାହା ହେବି ବୋଲି କହିବା ସହିତ ତାଙ୍କୁ ନଛାଡିଲେ ଉଭୟଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ସେଥିପାଇଁ ବିଳାସିନି ବ୍ରାହ୍ମଣୀଗାଁ ଥାନାରେ ଏହି ସଂକ୍ରାନ୍ତରେ ଗତ ୨୩/୦୯/୨୦୨୦ ତରିଖରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ କରିବାପରେ ଥାନା ଅଧିକାରୀ ଦାୟୀତ୍ୱରେ ଥିବା ଏସଆଇ ସଂଗ୍ରାମ କେଶରୀ ଜେନା କୁଆଡେ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜ୍ଜୁ କରିବା ବଦଳରେ ତାଙ୍କୁ ବିଭିନ୍ନ ପ୍ରାକରର ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବିଳାସିନୀଙ୍କ ପରିବାର ଲୋକଙ୍କ ନାମରେ ମିଥ୍ୟା ମାମଲାରେ ଗିରଫ କରିବି ବୋଲି କହି ତାଙ୍କୁ ଗତ ପ୍ରାୟ ବର୍ଷେ ହେଲା ବିବାହ ପରେ ମଧ୍ୟ ଗାଳିଗୁଲଜ କରୁଥିବା ଅଭିଯୁକ୍ତଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ପ୍ରାଧାନ୍ୟ ଦେଇ ଏକ ମାମଲା ୭୧/୨୦୨୦ରେ ଏକ ମାମଲା ରୁଜ୍ଜୁ କରି ପିଡିତାଙ୍କ ପରିବାର ଲୋକଙ୍କ ନାମରେ ବିଭିନ୍ନ ଅମୁଳକ ମିଥ୍ୟା ମାମଲା ରୁଜ୍ଜୁ କରିଛନ୍ତି ବୋଲି କହିଛନ୍ତି । ସେ ଦେଇଥିବା ଅଭିଯୋଗ ଆଧାରରେ ଏକ ମାମଲା ୭୨/୨୦୨୦ ରୁଜ୍ଜୁ କରି ତାଙ୍କୁ  କରାଯାଇଥିବା ରାହୁଲଙ୍କ ବିରୋଧରେ ଅଭିଯୋଗର ମାମଲା ର କାର୍ଯ୍ୟାନୁଷ୍ଠାନ ନେବାକୁ କୁଆଡେ ତାଙ୍କୁ ୩୦ ହଜାର ଟଙ୍କା ଲାଂଚ ମାଗିଥିବା କହିଛନ୍ତି ବିଳାସିନି । ସେଥିପାଇଁ ବିଳାସିନି ଆଜି ତାଙ୍କ ବାପା ଓ ମାଆଙ୍କ ସମେତ  ପରିବାର ବର୍ଗ ଫୁଲବାଣୀ ଆସି କନ୍ଧମାଳ ଏସପି ଙ୍କୁ ଭେଟି ଏହି ବାବଦରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ