ସ୍ୱାଗତିକା ମହାନ୍ତି ହେଲେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ନିଯୁକ୍ତି ହେଲେ ଉତ୍କଳ ଆଇନ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାନେତ୍ରୀ ସ୍ୱାଗତିକା ମହାନ୍ତି । ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କିଛିବର୍ଷ ପୂର୍ବରୁ ନିଜର ଛାତ୍ର ରାଜନୀତି ଆରମ୍ଭ କରିଥିବା ଛାତ୍ରୀନେତ୍ରୀ ଜଣଙ୍କ ୨୦୧୬ ମସିହାରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥିନୀ ଭାବରେ ଉତ୍କଳ ଆଇନ୍ ବିଶ୍ୱବିଦ୍ୟାଳୟରୁ ସଭାନେତ୍ରୀ ଭବେ ନିର୍ବାଚିତ ହୋଇଥିଲେ । ନିଜର ସାଂଗଠନିକ ଦକ୍ଷତା ତଥା ନିଷ୍ଠା ଓ ଏକାଗ୍ରତା ପାଇଁ ସେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ଏହି ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥାପ୍ରକଟ କରି ଦଳର ବରିଷ୍ଠ ଉପସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ସ୍ୱାଗତିକା ମହାନ୍ତି ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ସୁଦୃଢ କରିବେ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବ୍ୟାପାର ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଛାତ୍ର ବ୍ୟାପାର ଦାୟିତ୍ୱରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।