ସଦର ସବ୍ଡିଭିଜନ୍ର ଚାଷୀପଡା ଗ୍ରାମର ‘ଭାଗବତ ଘର’ଶୁଭାରମ୍ଭ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ସବ୍ଡିଭିଜନ୍ ଅମର୍ଦ୍ଦାରୋଡ ପଞ୍ଚାୟତ ଅନ୍ତର୍ଗତ ଚାଷୀପଡା ଗ୍ରାମରେ ରାଧାଷ୍ଟମୀ ଦିନ ଏକ ଭବ୍ୟ ଭାଗବତ ଘର ପ୍ରତିଷ୍ଠିତ ହୋଇଯାଇଛି । ଭାଗତର ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ଏହି ବିଶାଳ ଗ୍ରାମରେ ପ୍ରଚାର କରିବା ମୂଳତଃ ଏହି ଭାଗବତ ଘରର ମୁଖ୍ୟ କାମ ହେବ । ଗ୍ରାମ ମଝିରେ ସ୍ଥଳରେ ଏକ ଜନଗହଳିପୂର୍ଣ୍ଣ ଛକରେ ଏହି ଆଧ୍ୟାତ୍ମିକ ପର୍ବର ଆରମ୍ଭ ହୋଇଥିଲା । ଉଦ୍ଘାଟକ ତଥା ଅତିଥି ଅମର୍ଦ୍ଦାରୋଡ କଲେଜର ପୂର୍ବତନ ଅଧ୍ୟକ୍ଷ ବିପିନ ବିଶ୍ୱାଳ, ଭାଗବତ ଘରର ଆବାହକ କବି ବାଞ୍ଛାନିଧି ଦାସ ଅତିଥିମାନଙ୍କୁ ସ୍ୱାଗତ କରି ଉପସ୍ଥିତ ସମାଜରେ ମାନବର ନୈତିକ ସ୍ଖଳନକୁ ଏହା କେବଳ ରୋକି ପାରିବ ବୋଲି କହିଥିଲେ । ଏହି ଅଞ୍ଚଳର ଭାଗବତ ପଠନକୁ କିପରି ଗୃହସ୍ଥଙ୍କ ଘରେ ଘରେ ପ୍ରଚଳିତ କରାଯିବ ସେହି ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଏଥିରେ ଅଜିତ୍ କୁମାର ଗିରି, ଗୌର ଗୋବିନ୍ଦ ଦାସ, କବି ବ୍ରଜେନ୍ଦ୍ର ଗିରି, କଲିକତାର ଜାତୀୟ ଲାଇବ୍ରେରୀ ଗ୍ରନ୍ଥାଗାରିକା ସାଫଲ୍ୟ ନନ୍ଦୀ, ସମାଜସେବୀ ରାଜକିଶୋର ମହାନ୍ତି, ଶିକ୍ଷାବିତ୍ ପୁରୁଷୋତ୍ତମ ପାତ୍ର, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାତ୍ର, ସତ୍ୟ ମହାପାତ୍ର, ଶମ୍ଭୁନାଥ ପାତ୍ର, ଅର୍ଜୁନ ପାତ୍ର, ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗଙ୍ଗାମଣୀ ସାହୁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ମହିଳା ଏହି ସଭାରେ ଯୋଗଦାନ କରିଥିଲେ ।