ଜଳ ବନ୍ଦୀ ଘେରରେ ଥିବା ଚାଷ ଜମିକୁ ଦେଖିଲେ ବିଧାୟକ
ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ଚାଷ ଜମିକୁ ସଂଲଗ୍ନ ହେଉଥିବା କେନାଲ ଗୁଡିକ ମରାମତି ହେଉ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଚାଷଜମିରେ ଜମି ରହୁଛି । ଛତ୍ରପୁର ବ୍ଲକ ଅଞ୍ଚଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବର୍ଷାଦିନ ପୂର୍ବରୁ ଚାଷୀମାନେ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃ,୍ଟି ଆକର୍ଷଣ କରିଥିଲେ । କିନ୍ତୁ କିଛି ପଦେ୭ପ ନିଆଗଲା ନାହିଁ । ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଛତ୍ରପୁର ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇନପାରି ଜଲବନ୍ଦୀ ହୋଇ ରହିଛି । ସୂଚନା ପାଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମାଧପୁର, ପୋଟଲାମପୁର, ବିପୁଳିଙ୍ଗି, ପୋଡାପଦର ଆଦିଅଞ୍ଚଳର ଚାଷ ଜମି ଜଳବନ୍ଦୀ ଘରରେ ଥିବା ଦୃଶ୍ୟକୁ ଅନୁଧ୍ୟାନ କରିଥିଲେ । ଏହାପରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବଡମାଧପରୁର ଜୟମଙ୍ଗଳ କେନାଲ, ହୁମର ମଧୁବନ କେନାଲ, ଗେଦଲପଲ୍ଲୀ ଆଘୁଳା ଠାରୁ ରାଜପରୁ, ସାନତୋରଡା ଓ ବଡତୋରଡା କେନାଲର ପୁନରୁଦ୍ଧାର ପ୍ରମୁଖ କେନାଲ ଗୁଡିକର କିପରି ମରାମତି ହୋଇ ଚାଷୀଙ୍କ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରିବ ତାହା ପାଇଁ ଏକ ଉତ୍ତମ ଖସଡା ପ୍ରସ୍ତୁତ କରିବା ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ବେହେରା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ମାଧପୁର ସରପଞ୍ଚ ଶରତ କୁମାର ଖୁଣ୍ଟିଆ, ସମିତି ସଭ୍ୟ ଏନ୍.କ୍ରିଷ୍ଣା ରେଡ୍ଡିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।


