ଭାରତୀୟ ଜୀବନବୀମା ନିଗମର ୬୩ତମ ଜନ୍ମ ବାର୍ଷିକୀ ଓ ବୀମା ସପ୍ତାହ ଉଦଯାପିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ ଜୀବନ ବୀମା ନିଗମର ୬୩ତମ ଜନ୍ମ ବାର୍ଷିକୀ ଏବଂ ବୀମା ସପ୍ତାହ ପାଳନ ଉତ୍ସବ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ଉଦଯାପିତ  ହୋଇଯାଇଛି । ଏହି ଉପଲକ୍ଷେ ଭାରତୀୟ ଜୀବନ ବୀମା ନିଗମର କେନ୍ଦ୍ରାପଡା ଶାଖା ପରିଚାଳକ(ପ୍ରଶାସନ)ଚକ୍ରଧର ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ କେନ୍ଦ୍ରାପଡା ଜୀବନବୀମା ଶାଖାର ମୁଖ୍ୟ ପ୍ରବନ୍ଧକ ସୁବୋଧ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ସମସ୍ତ ଅଧିକାରୀ,କର୍ମଚାରୀ ଓ ଏଜେଂଟମାନଙ୍କ  ସହଯୋଗ ହେତୁ  ଦୀର୍ଘବର୍ଷ ଧରି ଜନସାଧାରଣଙ୍କୁ  ଭାରତୀୟ ଜୀବନବୀମା ନିଗମ ସେବା ଯୋଗାଇଦେଇ ଆସୁଛି  ବୋଲି  ବକ୍ତବ୍ୟ ରଖିଥିଲେ ।  ବୀମା ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡା ଜୀବନବୀମା ଶାଖା ପକ୍ଷରୁ ସ୍ୱଛ  ଭାରତ ଅଭିଯାନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ରାସ୍ତାକୁ ସଫେଇ କରାଯିବା,କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା,ଏଜେଂଟ ଦିବସ ପାଳନ ଅବସରରେ ସେମାନଙ୍କ ମଧ୍ୟରେ କୈାତୁକ ଖେଳ ପ୍ରତିଯୋଗୀତା ଓ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇ ଏକଶହରୁ ଉଦ୍ଧ୍ୱର୍ କର୍ମଚାରୀ,ଏଜେଂଟ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବୀତରଣ କରାଯିବା ସହ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତି ଯୋଗୀତାର  ଆୟୋଜନ  ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ ଏବଂ ଉନ୍ନୟନ ଅଧିକାରୀ ଓ ଏଜେଂଟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ।  ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ(ପ୍ରଶାସନ) କଲ୍ୟାଣ ଦାସ, ସହକାରୀ ଶାଖା ପରିଚାଳକ ଜ୍ୟୋତିରଞ୍ଜନ ହେମ୍ବ୍ରମ, ନାଗେଶ କୁମାର ପାଣିଗ୍ରାହୀ, ନିମାଇଁ ଚରଣ ନାୟକ, ବନୁଜ କୁମାର ଦାସ, ନାରାୟଣ ଜେନା, ନିହାର ରଞ୍ଜନ ପଣ୍ଡା,  ସୁଦାମ ଚରଣ ସାହୁ, ଉମେଶ ଚନ୍ଦ୍ର ଦାସ, ପ୍ରଦୀପ କୁମାର ବାରିକ , ଚିତ୍ରାଙ୍କନ ପ୍ରତିଯୋଗୀତାର ବିଚାରପତି ହିମାଂଶୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ