ଆକାଶରେ ଉଡିଲେ ପାହାଡୀ କନ୍ୟା

(ଯୁଗାବ୍ଦ ନ୍ୟୁଜ) ଆଦିବାସୀର ଅନ୍ଧାରି ମୁଲକରୁ ଫେରି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ଆଦିବାସୀ ଝିଅ ଅନୁପ୍ରିୟା । ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା ଲାକ୍ରା । ମାଲକାନାଗିରି ସଦର ମହକୁମା ସ୍ଥିତ ଡ଼ିଏନକେ କଲୋନୀରେ ରହୁଛନ୍ତି ଅନୁପ୍ରିୟା । ମାଲକାନାଗିରିରେ ଶିକ୍ଷା ଲାଭ ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ ଅନୁପ୍ରିୟା । ପିଲାଦିନୁ ତାଙ୍କ ମନରେ ଥିଲା ପାଇଲଟ ହେବାର ଇଚ୍ଛା । ଇଂଜିନିୟରିଂ ପାଠ ଅଧାରୁ ଛାଡ଼ି ଭୁବନେଶ୍ୱର ଗତି ଇନଷ୍ଟିଚ୍ୟୁଟରେ ତାଲିମ ନେଇଥିଲେ । ପରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ପାଇଲଟ୍ ପାଇଁ ପରୀକ୍ଷା ଦେବା ପରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ପରେ ସେ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ତାଲିମ ପରେ ଏକ ଘରୋଇ କମ୍ପାନୀରେ କୋ ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା । ଏବେ ସେ ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ଅନୁପ୍ରିୟାଙ୍କ ଉପଲବ୍ଧିକୁ ନେଇ ଏବେ ତାଙ୍କ ପରିବାର ସହ ସମସ୍ତ ରାଜ୍ୟବାସୀ ଗର୍ବିତ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ