ନଦୀରୁ  ଯୁବକର ମୃତ୍ୟୁଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) :   ସଦରଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମନିକଟ  ଗୋବରୀନଦୀ ପାଣିରୁ ଶନିବାର ରାତିରୁ  ଘରୁ ନିଖୋଜ ଥିବା ସେହି ଗ୍ରାମର ପ୍ରସନ୍ନ ନାୟକ(୩୮)ଙ୍କ ମୃତ ଦେହ   ରବିବାର ଉଦ୍ଧାର କରାଯାଇଛି ।  ମୃତକର ସ୍ତ୍ରୀ ସୁଜାତା ନାୟକ ରବିବାର  ସଦରଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରସନ୍ନକୁ ହତ୍ୟା କରାଯାଇଛି ବୋଲି ।  ସଦରଥାନା ପୋଲିସ ଏ ସମ୍ପର୍କରେ ୩୦/୨୦୧୯ରେ  ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।  ମୃତଦେହକୁ ବ୍ୟବଚ୍ଛେଦପାଇଁ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିବା ସଦରଥାନା ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ସେଠୀଙ୍କଠାରୁ ସୂଚନା ମିଳିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ