“ଗାନ୍ଧୀଙ୍କ ବିଚାର ଓ ଆତ୍ମନିର୍ଭରଶୀଳ ଭାରତ” ସର୍ବଧର୍ମ  ସଭା ଓ  ଆଲୋଚନାଚକ୍ର ଅନୁଷ୍ଠିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ସ୍ଥିତ ଶ୍ୱାତୀ ତାଲିମ୍‍ କେନ୍ଦ୍ରଠାରେ ଶ୍ୱାତୀ ଅନୁଷ୍ଠାନ ତରଫରୁ ସର୍ବଧର୍ମ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀଙ୍କ ବିଚାର, ଚିନ୍ତାଧାରା, ଦର୍ଶନକୁ ଆଜିର ସମାଜରେ ପ୍ରତିଫଳନ କରିବାର ଆବଶ୍ୟକତା ଅଧିକା ମାତ୍ରାରେ ରହିଛି। ଏ ସମ୍ବନ୍ଧରେ ଆଲୋଚନା ଓ ଦିଗ୍‍ଦର୍ଶନ ନିମନ୍ତେ ସଫିକ ଭାଇ ଯୁବ ସମାଜକୁ ଉପଦେଶ ଦେବା ସହିତ ଗାନ୍ଧୀ ବିଚାରକୁ ପ୍ରଚାର ପ୍ରସାର କରିବା ନିମନ୍ତେ ଯୁବ ସମାଜକୁ ଆହ୍ୱାନ କରିଥିଲେ। ଆତ୍ମନିର୍ଭରଶୀଳ ଭାରତ ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଯାହାର ଆବଶ୍ୟକତାକୁ ଉପଲବ୍ଧି କରି ଆଜି ବିଭିନ୍ନ ପ୍ରକାରର ଯୋଜନାମାନ ପ୍ରଣୟନ କରାଯାଉଅଛି। ଏଥି ନିମନ୍ତେ ଏକ ଆଲୋଚନାଚକ୍ର “ଗାନ୍ଧୀଙ୍କ ବିଚାର ଓ ଆତ୍ମନିର୍ଭରଶୀଳ ଭାରତ” ୱେବିନାର ମାଧ୍ୟମରେ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ସଫିକ୍‍ ଭାଇ, ଆଇନଜୀବୀ ବିଜୟ ପଟ୍ଟନାୟକ, ଅଧ୍ୟାପକ ଚିତରଞ୍ଜନ ମିଶ୍ର ଓ ଅଧ୍ୟାପିକା ଜ୍ୟୋର୍ତିମୟୀ କହଁର ଅଂଶଗ୍ରହଣ କରି ଗାନ୍ଧୀଙ୍କ ବିଚାରଧାରା ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କ ସେବା କରିଆସିଥିବା କନ୍ଧମାଳ ଟିମ୍‍ ହ୍ୟୁମାନିଟିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ଏହିଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା। ଶ୍ୱାତୀ ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସ୍ୱାଇଁ, ସର୍ବେଶ୍ୱର ସାହୁ, ବୈଦ୍ୟନାଥ ଖଟୁଆ, ପ୍ରଭଞ୍ଜନ କହଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ