ମହାବୀର ଯୁବ ସଂଘ ପକ୍ଷରୁ ସାମିଆପଲ୍ଲୀ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମିଆପଲ୍ଲୀ ଗ୍ରାମରେ ଶୁକ୍ରବାର ମହାବୀର ଯୁବ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, କୃଷି ଅଧିକାରୀ ଦୁର୍ଗା ପ୍ରସାଦ ପ୍ରଧାନ,ୱାର୍ଡ ମେମ୍ବର ପ୍ରତାପ ଗୌଡ ଯୋଗ ଦେଇ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ମା ଭଳି ଯତ୍ନ ନେବା ନିମନ୍ତେ କହିଥିଲେ । ଏହି କାର୍ଯ୍ୟକ୍ରମ ସାମିଆପଲ୍ଲୀ ଗ୍ରାମର ତ୍ରିନାଥ ମନ୍ଦିର ଠାରୁ ସ୍କୁଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପିଆଶାଳ,କରଞ୍ଜ,ପଣସ,ଅଁଳା କୋଳି,ଚାବୁକ ସମେତ ବିଭିନ୍ନ ରକମର ବୃକ୍ଷ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବୀର ଯୁବ ସଂଘ ର ସଭାପତି ସୁଜିତ୍ ପ୍ରଧାନ,ସଂପାଦକ ପ୍ରଦୀପ ପ୍ରଧାନ,ଉପସଭାପତି ସନ୍ତୋଷ ପ୍ରଧାନ,ସହ ସଂପାଦକ ନବୀନ ପ୍ରଧାନ,ନିରଞ୍ଜନ ପ୍ରଧାନ,ବିନୋଦ ପ୍ରଧାନ,ରୁଷିୟା ପ୍ରଧାନ,ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ