ଗୋପବନ୍ଧୁଙ୍କ ପୂଣ୍ୟତିଥୀ ମନ ପକାଇଲେ ଗୋପବନ୍ଧୁ ନଗର ବାସୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କର ପୁଣ୍ୟ ତିଥି ଅବସରରେ ସାନଖେମୁଣ୍ଡି ବ୍ଲକ ମୋୖଳାଭଞ୍ଜ ପଞ୍ଚାୟତର ଗୋପବନ୍ଧୁ ନଗର ବାସୀ ସେହି ମହାନ ଆତ୍ମାର ସ୍ମୃତି ଚାରଣ କରିଛନ୍ତି | ଏହି ଅବସରରେ ଗ୍ରାମବାସୀ ଏକତ୍ରିତ ହୋଇ ମହାନ ପୁରୁଷ ଗୋପବନ୍ଧୁଙ୍କ ପ୍ରତିମୁର୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଛନ୍ତି | ମୋୖଳାଭଞ୍ଜ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟନାରାୟଣ ଦଳବେହେରା ସମିତି ସଭ୍ୟ ତୋଫାନ ସ୍ୱାଇଁ ଏବଂ ଗ୍ରାମବାସୀ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଆଦର୍ଶ ଓ ନିଷ୍ଠାପରତା ଆମ ପାଇଁ ପ୍ରେରଣା ବୋଲି ମତ ପ୍ରକାଶ କରିଥିଲେ | ଏଣୁ ସେହି ମହାପୁରୁଷଙ୍କ ନାମରେ ଗୋପବନ୍ଧୁ ନଗର ରଖାଯାଇଥିବା ଉପସ୍ଥିତ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ୱାର୍ଡମେମ୍ବର ନମିତା ସେଠି ,ରମେଶ ସେଠି, ଶ୍ରୀକାନ୍ତ ନାୟକ, ରବୀନ୍ଦ୍ର ବେହେରା,ତ୍ରିଲୋଚନ ବେହେରା ଗ୍ରାମବାସୀଙ୍କ ସହ ସାନଖେମୁଣ୍ଡି ସମାଜ ପ୍ରତିନଧି ପଦ୍ମଲୋଚନ ପାଣିଗ୍ରାହୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ