ଅଟଳ ଇନକ୍ୟୁବେଶନ ସେଂଟର ପକ୍ଷରୁ ଦ୍ୱିତୀୟ ଷ୍ଟାର୍ଟଅପ୍ ଲଂଚ୍ପ୍ୟାଡ୍ ୟୋଟା ଆଗ୍ରୋ ଭେଂଚର ଅନୁଷ୍ଠିତ
ଭୁବନେଶ୍ୱର, (ୱାଇଏନ୍ଏସ୍):ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ଓଡ଼ିଶାର ପ୍ରଥମ ଅଟଳ ଇନକ୍ୟୁବେଶନ୍ ସେଂଟର । ଏହା ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେଶନ ମିଶନ ଦ୍ୱାରା ପରିଚାଳିତ ହେଉଛି । ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ପକ୍ଷରୁ ଷ୍ଟାର୍ଟଅପ୍ ଗୁଡ଼ିକୁ ଇନକ୍ୟୁବେଶନ୍ ସହାୟତା ଯୋଗାଇ ଦିଆଯିବା ସହିତ ଯୁବବର୍ଗଙ୍କ ମଧ୍ୟରେ ଇନୋଭେଶନ୍ ଏବଂ ଉଦ୍ୟୋଗୀକ ଉତ୍ସାହ ବୃଦ୍ଧି କରାଇବା ଉଦ୍ୟମ ହୋଇଥାଏ । ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ପକ୍ଷରୁ ଦ୍ୱିତୀୟ ଏଗ୍ରିଟେକ୍ ଷ୍ଟାର୍ଟଅପ୍ ୟୋଟା ଆଗ୍ରୋ ଭେଂଚର ଶୁକ୍ରବାର ଅକ୍ଟୋବର ୯ରେ ଅନୁଷ୍ଠିତ ହୋଇଯାଇଛି । ୟୋଟା ପକ୍ଷରୁ ଜେଟା ଫାର୍ମ ଏବଂ ଗ୍ରୋପିଟାଲ ଆଦି ୨ଟି ଏଗ୍ରୀ ଫିନଟେକ୍ ମଡେଲ କୃଷି କ୍ଷେତ୍ରରେ ଉପଯୋଗ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଛି ।ଏହି ଅବସରରେ ରିଜିଓନାଲ୍ ସେଂଟର ଅଫ୍ ଅର୍ଗାନିକ୍ ଫାର୍ମିଂର ରିଜିଓନାଲ ନିର୍ଦ୍ଦେଶକ ଡ.ଅଜୟ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ଏଆଇସି-ନାଳନ୍ଦାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଧର୍ମେନ୍ଦ୍ର କୁମାର ଶ୍ରୀବାସ୍ତବ, ଏଆଇସି-ନାଳନ୍ଦାର ଇନକ୍ୟୁବେଶନ ମ୍ୟାନେଜର ଦୁର୍ଗାପ୍ରସାଦ ଗୌଡ଼, ୟୋଟା ଆଗ୍ରୋ ଭେଂଚରର ପ୍ରତିଷ୍ଠାତା ରିତୁରାଜ ଶର୍ମା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଆଗ୍ରୋ ଇଣ୍ଡଷ୍ଟ୍ରିର ଖ୍ୟାତେି ସମ୍ପନ୍ନ ବ୍ୟକ୍ତ୍ି ବିଶେଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏଆଇସି ନାଳନ୍ଦା ୧୦,୦୦୦ ବର୍ଗଫୁଟ ପରିମିତ ଅଂଚଳରେ ଇନକ୍ୟୁବେଶନ ସୁବିଧା ଉପଳବ୍ଧ କରାଇଥାଏ । ଏଠାରେ ଆବଶ୍ୟକ କୋ-ୱାର୍କିଂ ସ୍ପେଶ୍, ଲ୍ୟାବ ସୁବିଧା, ସ୍ୱତନ୍ତ୍ର ସୁବିଧା ସୁଯୋଗ, ଉପଯୁକ୍ତ ପରାମର୍ଶ ସୁବିଧା, ବ୍ୟାପକ ଶିଳ୍ପ ଏବଂ ନିବେଶ ସୁଯୋଗ ସହିତ ଆଇନଗତ ଆକାଉଟିଂ ସେବା ଉପଲବ୍ଧ କରାଇଥାଏ । ସମ୍ପ୍ରତି ଏଆଇସି-ନାଳନ୍ଦା ୧୫ଟି ଷ୍ଟାଟ୍ଅପ୍କୁ ଇନକ୍ୟୁବେଟ୍ କରାଯାଉଛି । ଯୁବପ୍ରତିଭା ଏବଂ ଉଦ୍ୟେଗୀଙ୍କୁ ସୁଯୋଗ ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ । ଏହା ଏଗ୍ରୀ-ବେସଡ୍ ଷ୍ଟାର୍ଟଅପ୍କୁ ସହାୟତା ଯୋଗାଇଥାଏ । ଓଡ଼ିଶାର କୃଷି କ୍ଷେତ୍ରରେ ସୁଧାର ଆଣିବା ଲାଗି ଏହା କାର୍ଯ୍ୟ ଜାରି ରଖିଛି ।