“ଫେଷ୍ଟିଭାଲ୍ ସ୍ପେଶାଲ” ରେଳ ସେବାକୁ ମନ୍ତ୍ରଣାଳୟର ଅନୁମୋଦନ
ନୂଆଦିଲ୍ଲୀ:ପାର୍ବଣ ସମୟର ଭିଡ ହ୍ରାସ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୦ ଅକ୍ଟୋବର ରୁ ୩୦ ନଭେମ୍ବର ୨୦୨୦ ମଧ୍ୟରେ ଅଧିକ ରେଳ ସେବା ଯୋଗାଇଦେବା ଲାଗି ୧୯୬ ଯୋଡା (୩୯୨ ଟ୍ରେନ) ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଚଳକୁ ମଞ୍ଜୁର କରିଛି । ଏହି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ପାଇଁ ଯାତ୍ରୀ ଭଡା ସ୍ଵତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବ ।ଜୋନାଲ ରେଳବାଇ ସେଗୁଡିକର କାର୍ଯ୍ୟସୂଚୀକୁ ଆଗୁଆ ସୂଚିତ କରିବେ ।ଟ୍ରେନର ତାଲିକା ନିମ୍ନରେ ଦିଆଯାଇଥିବା ଲିଙ୍କରେ ସଂଲଗ୍ନ କରାଯାଇଛି ।
ଅନୁମୋଦିତ ୧୯୬ ଯୋଡା ଟ୍ରେନର ଲିଙ୍କ୍ ।


