ସମନ୍ୱିତ ଶିଶୁ ବିକାଶ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାହ ଦିବସ ପାଳିତ

ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଅପରାହ୍ନରେ ହିଂଜିଳିକାଟୁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ପରିସରସ୍ଥ ଗଣେଷ ମନ୍ଦିର ପରିସରରେ ରାଷ୍ଟ୍ରୀୟ ପୋଷଣ ମାହ ଦିବସ ପାଳିତ ହୋଇଯାଇଛି । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏହି ଅସରରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପକ୍ଷରୁ ପ୍ରସ୍ତୁତ ପୃଷ୍ଟିକର ଖାଦ୍ୟ ଯଥା ସାଲାଡ଼୍, ଗୁଡ଼, ଗଜାମୁଗ, ସବୁଜ ପନିପରିବା, ରନ୍ଧାଖାଦ୍ୟ ସନ୍ତୁଳା, ବରା, ବିଭିନ୍ନ ରକମର ପିଠ, ହାଲୁଆ, ଚୁଡ଼ା, କ୍ଷୀରି, ବିଭିନ୍ନ ରକମର ପାଚିଲା ଫଳ ଗୁଡ଼ିକର ଷ୍ଟଲ ଖୋଲାଯାଇଥିଲା । ପ୍ରସ୍ତୁତି ମା’ମାନଙ୍କୁ କିପରି ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ବୁଝାଇଥିଲେ । ସିଡ଼ିପିଓ ପାତ୍ର ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ବାଲ୍ୟ ବିବାହ ଓ ଶିଶୁ କନ୍ୟା ରୋକିବା ନେଇ ମତବ୍ୟକ୍ତ କରିଥିଲେ । ଚଳିତ ମାସ ୧୭ ତାରିଖରେ ବ୍ଳକରେ ନିର୍ଭୟ କଢି ଓ ସ୍ୱଂୟସିଦ୍ଧା ନୂତନ ଯୋଜନାର ଶୁଭାରମ୍ଭ ହେବ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ୫- ଟି ଯୋଜନା , ପ୍ରଯୁକ୍ତି ିଦ୍ୟା, ସମ୍ମଳିତ ଉଦ୍ୟମ, ସମୟାନୁବର୍ତିତା ଓ ପରିବର୍ତନ ସକାଶେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାେଇଜର ଜେ. ଲକ୍ଷ୍ମୀ, ବନଜା ବେହେରା, ସୋନାଲି ବେହେରା, ବାସନ୍ତି ଦେବୀ, ଉର୍ମିଳା ମହାପାତ୍ର ପରିଚାଳନା କରିଥିବା ବେଳେ ଆଲୋକ ପାତ୍ର, ଗିତାଂଜଳି ପାଢି, ସୁଜତା ପଣ୍ଡା, କିରଣବାଳା ପଣ୍ଡା, କବିତା ସାହୁ, ମମତା ଦେଇ, ମଂଜରି ପଣ୍ଡା, କନ୍ୟା କୁମାରୀ ପାଢି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ