ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ବୁଗୁଡା ଥାନା ଗସ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ରବିବାର ଦିନ ବୁଗୁଡା ଥାନା ଗସ୍ତରେ ଆସିଥିବା ଜଣାପଡିଛି। ଗଞ୍ଜାମ ଏସ.ପି. ଶ୍ରୀ ରାଏ ବୁଗୁଡା ଥାନାରେ ଅକ୍ଟୋବର ୧୮ ତାରିଖ ଅପରାହ୍ନ ସାଢ଼େ ଚାରିଟାରେ ପହଞ୍ଚି ପ୍ରାୟ ସାଢ଼େ ଛଅ ପର୍ଯ୍ୟନ୍ତ ବୁଗୁଡା ଥାନାରେ ରହିଥିଲେ। ଦୁଇ ଘଣ୍ଟା ରହଣୀ ମଧ୍ୟରେ ବିଭିନ୍ନ ମାମଲା ନେଇ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ବୁଗୁଡା ଆଇଆଇସି ଶ୍ରୀ ବେହେରାଙ୍କ ଉପସ୍ଥିତରେ ଉପ ଆରକ୍ଷୀ ନିରୀକ୍ଷକ କାର୍ତ୍ତିକ ନାୟକ ଓ ମନୋଜ କୁମାର ପ୍ରଧାନ, ସହ ଉପ ଆରକ୍ଷୀ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ଼ ଓ ସୀମାଞ୍ଚଳ ଜେନା ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କୁ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଥିଲେ। ଏଥି ସହ ବର୍ତ୍ତମାନ ଦଶହରା ଓ କୁମାର ପୂର୍ଣ୍ଣିମା ସମୟ ହୋଇଥିବା ଯୋଗୁଁ ଜୁଆ ଖେଳ ପ୍ରତି କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବହୁ ଚୋରି ଘଟଣା ଓ ଲୁଟ ଘଟଣା ଘଟିବା ଆଶଙ୍କା ଥିବାରୁ ପେଟ୍ରୋଲିଂ ନିୟମିତ କରିବାକୁ ପରାମର୍ଶ ଦେଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ