କ୍ରିଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନାଉଗାଁ(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଅନୁଦାନପ୍ରାପ୍ତ କର୍ମଚାରୀ ଭାବେ କ୍ରିଡ଼ା ଶିକ୍ଷକ ଶେଖ୍ ଅବସର ଗ୍ରହଣ କରିଛନ୍ତି। ସେ ଏହି ମାଧ୍ୟମିକ ବିଦ୍ୟାଳୟରେ କ୍ରିଡ଼ା ଶିକ୍ଷକ ଭାବେ ୧୯୯୮ମସିହାରେ ଯୋଗ ଦେଇଥିବା ବେଳେ ଦୀର୍ଘ ୨୮ ବର୍ଷ କାଳ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ଏହି ଉପଲକ୍ଷେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ସଭାପତିତ୍ବରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ନିଲୁରାମ ଜେନା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼ଃ. ନିରଞ୍ଜନ ବିଶ୍ୱାଳ, ପ୍ରତାପ ମିଶ୍ର, ଅଧ୍ୟାପକ ଧିରେନ ପତି, ଅଧ୍ୟାପକ ହରିପ୍ରସାଦ ପତି, ସନ୍ତୋଷ ଆଚାର୍ଯ୍ୟ, ଅନୁସୂୟା ଲେଙ୍କା, ଲିପ୍ସାରାଣୀ ଦାଶ, ଲାଇବେରିଆନ ଦୁର୍ଯ୍ୟୋଧନ ଜେନାଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି କ୍ରିଡ଼ା ଶିକ୍ଷକ ଶେଖ୍ ବରକତଉଲ୍ଲାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏହି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରିଡ଼ା ଶିକ୍ଷକ ବରକତଉଲ୍ଲାଙ୍କୁ ବିଭିନ୍ନ ଉପହାର ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ରିତେଶ ନାୟକ, ଆଲୋକ ସାହୁ, ଗାୟତ୍ରୀ ଲେଙ୍କା, ସୁବାସିନୀ ଦାସ ପ୍ରମୁଖ ପରିଚାଳନା କରିଥିଲେ।


