ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ହେଲେ ଜିଲ୍ଲା କଂଗ୍ରେସ ସଭାପତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମନୋନ୍ୱିତ କରାଯାଇଥିବା ଜଣାପଡିଛି । ପୂର୍ବରୁ ଅନେକ ଦଳୀୟ କର୍ମକର୍ତ୍ତା ଏହି ପଦ ପାଇଁ ଆଶାୟୀ ଥିବା ବେଳେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଶ୍ରୀ ମହାନ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଂଗଠନକୁ ମଜଭୁତ କରିବା ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଜଣାପଡିବ ଶ୍ରୀ ମହାନ୍ତି ଜିଲ୍ଲାରେ ଦଳୀୟ ସଂଗଠନକୁ କିଭଳି ମଜଭୁତ କରି ଆଗେଇ ନେଉଛନ୍ତି ।