ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି

ନୂଆଦିଲ୍ଲୀ:ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮ ଲକ୍ଷ ତଳେ ଥିବା ବେଳେ ଏହି ସଂଖ୍ୟା ୭,୮୩,୩୧୧ ରହିଛି । ଦେଶରେ ମୋଟ ପଜିଟିଭ୍ ମାମଲାର ୧୦.୪୫% ସକ୍ରିୟ ମାମଲା ରହିଛି ।୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି ।୧୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ହଜାରରୁ ଅଧିକ, କିନ୍ତୁ ୫୦ ହଜାରରୁ କମ୍ ସକ୍ରିୟ ମାମଲା ରହିଥିବା ବେଳେ ୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି ।ଦେଶରେ ସକ୍ରିୟ ମାମଲା ହ୍ରାସ ପାଉଥିବା ବେଳେ କ୍ରମାଗତ ଭାବେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ୬୫,୯୭,୨୦୯ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୫୮ ଲକ୍ଷ (୫୮,୧୩,୮୯୮)କୁ ଟପିଛି । ଜାତୀୟ ସୁସ୍ଥ ହାର ୮୮.୦୩%କୁ ବୃଦ୍ଧି ପାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ୭୨,୬୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ୬୧,୮୭୧ ନୂଆ ପଜିଟିଭ୍ ମାମଲା ଆସିଛି ।ନୂଆ ସୁସ୍ଥଙ୍କ ମଧ୍ୟରୁ ୭୯% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେବଳ ମହାରାଷ୍ଟ୍ରରେ ୧୪ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୧,୮୭୧ ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଏଥିରୁ ୭୯% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।ଲଗାତର ଭାବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୦ ହଜାର ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏହା ପଛକୁ କେରଳରେ ୯ ହଜାରରୁ ଅଧିକ ମାମଲା ଆସିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୩ ଜଣଙ୍କ ମୃତ୍ୟୁ ହୋଇଛି । ତନ୍ମଧ୍ୟରୁ ପ୍ରାୟ ୮୬% ଆସିଛି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେବଳ ମହାରାଷ୍ଟ୍ରରେ ୪୪%ରୁ ଅଧିକ ମୃତ୍ୟୁ ମାମଲା ଆସିଛି (୪୬୩ ମୃତ୍ୟୁ) ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ